ସରକାରୀ ଚାକିରୀରେ ବଦଳି ପାଇଁ ହେଲା କଡା ନିର୍ଦେଶନାମା...
ମନଇଚ୍ଛା ବଦଳି ଉପରେ ରୋକ୍ ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର।
ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।
ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା।
ସଚିବାଳୟ ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରିବେନି ଅଧିକାରୀ।
ବ୍ଲକ୍ କିମ୍ବା ତହସିଲରେ ୬ ବର୍ଷ ରହିପାରିବେନି ଗ୍ରୁପ୍ ସି ଅଫିସର୍।
ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେନାହଁ ।