ତିନି ଦିନିଆ "ଯୁବ ସଂସ୍କାର ନିର୍ମାଣ ଶିବିର " ର ସଫଳ ଆୟୋଜନ

Jun 12, 2026 - 21:19
 9
ତିନି ଦିନିଆ "ଯୁବ ସଂସ୍କାର ନିର୍ମାଣ ଶିବିର " ର ସଫଳ ଆୟୋଜନ

ଭୁବନେଶ୍ବର, ୧୨ ଜୁନ ୨୦୨୬ :

ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତର ନୂଆପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଇନ୍ଦ୍ରଧନୁ ପାର୍କ ଠାରେ ଆୟୋଜିତ ତିନି ଦିନିଆ “ଯୁବ ସଂସ୍କାର ନିର୍ମାଣ ଶିବିର" ସଫଳତାର ସହ ସମାପ୍ତ ହୋଇଯାଇଛି । ଏହି ଶିବିର ଦୁଇଦିନ ଧରି ଇନ୍ଦ୍ରଧନୁ ପାର୍କ ରେ ହୋଇଥିବା ବେଳେ, ଗୋଟିଏ ଦିନ ଏନ୍ ୧ ସ୍ଥିତ ସ୍ଥାନୀୟ ଆବାସିକ ପ୍ରାଇମେରୀ ବିଦ୍ୟାଳୟରେ କରାଯାଇଥିଲା । ଶିବିରରେ ୮ ରୁ ୧୫ ବର୍ଷ ବୟସର ପ୍ରାୟ ୬୦ଜଣ ରୁ ଊର୍ଦ୍ଧ୍ବ ଶିଶୁ ଓ କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ ।

ଶିବିରର ଉଦ୍ଘାଟନ ଦିବସରେ ଓଡ଼ିଶା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ କୁମାର ସ୍ବାଇଁ, ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର, ଜିଲ୍ଲା ଅଧୂକାରୀ ଶ୍ରୀ ଜ୍ୟୋତିର୍ମୟ ରଥ, ଶ୍ରୀ ରାମ କିଶୋର ଶର୍ମା, ଶ୍ରୀମତୀ ମମତା ଦାଶ ଙ୍କ ସମେତ, ସ୍ଥାନୀୟ କର୍ପୋରେଟର ଶ୍ରୀ ଶୁଭ୍ରାଂଶୁ ଶେଖ ଖର ପଟ୍ଟନାୟକ ଯୋଗ ଦେଇ ଏ ସଂପର୍କିତ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ ।

ଦ୍ବିତୀୟ ଦିବସରେ ଓଡ଼ିଶା ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଯୋଗ ଦେଇ ଯୁବବର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । । ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥୁଲା ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଅନୁଶାସନ, ଶୃଙ୍ଖଳିତ ଜୀବନଶୈଳୀ, ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ପୁଷ୍ଟିକର ଖାଦ୍ୟର ଗୁରୁତ୍ଵ ସମ୍ପର୍କରେ ସଚେତନ କରିବା । ଆଧୁନିକ ଜୀବନଶୈଳୀରେ ଏହି ମୂଲ୍ୟବୋଧ କ୍ରମଶଃ ହ୍ରାସ । ପାଉଥ‌ିବାକୁ ଦୃଷ୍ଟିରେ ରଖ୍ ଯୁବପିଢ଼ିଙ୍କୁ ଏକ ସୁସୁ ଓ ସୁସଂସ୍କୃତ ସମାଜର ଦୃଢ଼ ସ୍ତମ୍ଭ ଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ କାର୍ଯ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପରିପେକ୍ଷୀରେ ଅଧୂକାରୀ ଏବଂ ଖାଦ୍ୟ ବିଶେଷଜ୍ଞ ଶ୍ରୀମତୀ ନୀଳିମା ମିଶ୍ର, ସନ୍ତୁଳିତ ଖାଦ୍ୟ ବିଷୟ ବିଷୟରେ ବିଶେଷ ଭାବେ ଆଲୋକପାତ କରିଥିଲେ ।

ତିନି ଦିନ ଧରି ଏହି ଶିବିରରେ ଯୋଗାଭ୍ୟାସ, ସଂସ୍କାର ପରମ୍ପରା, ଏବଂ ନୈତିକ ଶିକ୍ଷା ଦିଆଯାଇଥିଲା । ପରିବେଶ ସୁରକ୍ଷା, ଶୃଙ୍ଖଳା, ଉପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଗଳ୍ପ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଉତ୍ତମ ଗୁଣର ପରିଭାଷା କୁ ହୃଦୟଙ୍ଗମ କରାଯିବା ସହ , ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ଆୟୋଜନ ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ଶିଶୁମାନଙ୍କ ମଧ୍ଯ ଧରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ, ଇନ୍ଦ୍ରଧନୁ ପାର୍କ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ଶିକ୍ଷକ ଶ୍ରୀ କିଶୋର ଚରଣ ପରିଡ଼ା ପ୍ରମୁଖ ଭୂମିକା । ନେଇଥିଲେ । ନୟାପଲ୍ଲୀ ଯୋଗ ଜିଲ୍ଲାର ଅଧିକାରୀମାନେ ସକ୍ରିୟ ଭୂମିକା ଗ୍ରହଣ କରି ପିଲାମାନଙ୍କ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ ପୁରଷ୍କାର ମଧ୍ୟ ବଣ୍ଟନ କରିଥିଲେ । ଅଂଶଗ୍ରହଣକାରୀ ଶିଶୁମାନେ ଶିବିରରୁ ଅନେକ ଶିକ୍ଷଣୀୟ ଓ ପ୍ରେରଣାଦାୟକ ଅନୁଭୂତି ଲାଭ କରିଥିବା

ବେଳେ ଆୟୋଜକମାନେ ଭବିଷ୍ୟତରେ ଅଧୂକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।