ଥାଲାପତି ବିଜୟଙ୍କ 'ଜନ ନାୟକନ'କୁ ନେଇ ବଢ଼ିଲା କ୍ରେଜ୍ , ଅନକଟ୍ ଭର୍ସନ ଦେଖିବେ ଦର୍ଶକ

Jul 13, 2026 - 12:34
 16
ଥାଲାପତି ବିଜୟଙ୍କ 'ଜନ ନାୟକନ'କୁ ନେଇ ବଢ଼ିଲା କ୍ରେଜ୍ , ଅନକଟ୍ ଭର୍ସନ ଦେଖିବେ ଦର୍ଶକ

ଥାଲାପତି ବିଜୟଙ୍କ ଫିଲ୍ମ 'ଜନ ନାୟକନ'କୁ ନେଇ ବଢ଼ିଲା ଉତ୍ସାହ । ଦୀର୍ଘ ଅପେକ୍ଷା ପରେ ଏବେ ଦର୍ଶକଙ୍କ ପାଖକୁ ଆସିବାକୁ ଯାଉଛି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ । ଭାରତରେ ସେନ୍ସର ପ୍ରକ୍ରିୟା ପରେ ଫିଲ୍ମକୁ 'A' ସର୍ଟିଫିକେଟ ମିଳିଥିବା ବେଳେ, ବିଦେଶରେ ଏହାର ଅନକଟ୍‌ ଭର୍ସନ ରିଲିଜ୍‌ ହେବାକୁ ଯାଉଛି ।

ବିଶେଷକରି ୟୁକେରେ ଦର୍ଶକମାନେ ଫିଲ୍ମର ସମ୍ପୂର୍ଣ୍ଣ ଅନକଟ୍‌ ଭର୍ସନ ଦେଖିପାରିବେ । ୟୁକେ ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ଘୋଷଣା କରାଯାଇଛି ଯେ, 'ଜନ ନାୟକନ' ସେଠାରେ କୌଣସି କଟ୍‌ ବିନା ପ୍ରଦର୍ଶିତ ହେବ ।

ଏହି ଫିଲ୍ମ ଥଲପତି ବିଜୟଙ୍କ ସିନେମା କ୍ୟାରିୟରର ଶେଷ ଫିଲ୍ମ ବୋଲି ଚର୍ଚ୍ଚା ହେଉଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଛି । ଅଭିନେତାରୁ ରାଜନୀତିକ ମଞ୍ଚକୁ ଯାଇଥିବା ବିଜୟଙ୍କ ଏହି ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ନଜର ରହିଛି । 'ଜନ ନାୟକନ'ରେ ରହିଛି ଆକ୍ସନ, ରାଜନୈତିକ ଡ୍ରାମା ଏବଂ ବିଜୟଙ୍କ ଷ୍ଟାର୍ ପାୱାରର ଝଲକ। ସେନ୍ସର ବିବାଦ ଓ ବିଳମ୍ବ ପରେ ଫିଲ୍ମ ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ହୋଇଛି । ଥାଲାପତି ବିଜୟଙ୍କ ଶେଷ ସିନେମା ଯାତ୍ରା କେତେ ସଫଳ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।