ଭୁବନେଶ୍ୱର ମହାନଗର ନିଗମ ତରଫରୁ ନବଗୁଞ୍ଜର ମୂର୍ତ୍ତି (ହାଇଟେକ୍ ଛକ) ଠାରୁ ଲିଙ୍ଗିପୁର ଟ୍ରାଫିକ୍ ଛକ ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ...

Jul 13, 2026 - 08:10
 7

ବିରଞ୍ଚି ମହା ସୁପକାର କର୍ପୋରେଟରଙ୍କ ସହଯୋଗରେ ପରିବେଶ ସୁରକ୍ଷା, ବର୍ଷା ଜଳ ସଂରକ୍ଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ବିଭିନ୍ନ ଜନଜାଗରଣ ବାର୍ତ୍ତା ପ୍ରଦର୍ଶନ କରାଯାଇଛି। 

ଏହି କରିଡୋର ନାଗରିକମାନଙ୍କୁ ସ୍ୱଚ୍ଛତା ଅଭ୍ୟାସ, ସୁରକ୍ଷିତ ପାନୀୟ ଜଳ ବ୍ୟବହାର ଓ ବର୍ଷା ଜଳ ସଂରକ୍ଷଣ ପ୍ରତି ସଚେତନ କରିବାର ଏକ ପ୍ରୟାସ। ଏହି ରୁଟ୍ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ସଂଯୋଗ ପଥ ଭାବେ ପରିଚିତ। 

ଏହି ଅବସରରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ସମ୍ମାନୀୟ କର୍ପୋରେଟରମାନେ, ବିଏମସି ଅଧିକାରୀବୃନ୍ଦ ଏବଂ ସଫାଇ କର୍ମଚାରୀମାନଙ୍କ ମିଳିତ ପ୍ରୟାସ ସହରକୁ ଆହୁରି ସ୍ୱଚ୍ଛ, ସବୁଜ ଓ ସୁସ୍ଥ କରିବା ଦିଗରେ ଏକ ପ୍ରେରଣାଦାୟକ ପଦକ୍ଷେପ।