ଦକ୍ଷିଣ ଓଡ଼ିଶାର 14 ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବ ଯାହା ପୂଜ୍ୟ ପୂଜା ପରମ୍ପରାକୁ ସୁଦୃଢ ଓ ଶକ୍ତଶାଳୀ କରିବା ସହିତ ଉତ୍ତରପିଢ଼ି ଅଧିକ ସଚେତନ ହେବେ...

Sep 29, 2025 - 14:19
 2
ଦକ୍ଷିଣ ଓଡ଼ିଶାର 14 ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବ ଯାହା ପୂଜ୍ୟ ପୂଜା ପରମ୍ପରାକୁ ସୁଦୃଢ ଓ ଶକ୍ତଶାଳୀ କରିବା ସହିତ ଉତ୍ତରପିଢ଼ି ଅଧିକ ସଚେତନ ହେବେ...

ଓଡ଼ିଶାର କିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସାର୍ବଜନୀନ ସ୍ଥାନରେ ପ୍ରତିଷ୍ଠା କରାଯିବବାକୁ ନିଷ୍ପତ୍ତି ନିଆଯାଇଛି|ଯାହା ଫଳରେ ଉତ୍ତର ପିଢ଼ି ବରପୁତ୍ରମାନଙ୍କୁ ନେଇ ଅଧିକ ସଚେତନ ହେବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହା ଏକ ଅନ୍ୟନ ଉଦ୍ୟମ | 

ଓଡ଼ିଶାରେ ଜାତୀୟ ଓ ରାଜ୍ୟସ୍ତରୀୟ ବରପୁତ୍ରଙ୍କ 75ଟି ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। 

ପ୍ରାୟ 14 କୋଟି ଟଙ୍କାର ବ୍ୟୟରେ ଓଡ଼ିଶାରେ ଏହିସବୁ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। 

ଏଥିସହ ଏହି ସମସ୍ତ କାର୍ଯ୍ୟ 2026 ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। 

ଗଞ୍ଜାମ ଜିଲ୍ଲାର ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଦରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ;

କୋରାପୁଟ ଜିଲ୍ଲାର ଶ୍ୟାମା ପ୍ରସାଦ ମୁଖାର୍ଜୀ; 

କଳାହାଣ୍ଡି ଜିଲ୍ଲାର ରେଣ୍ଡୋ ମାଝୀ; ସୋନପୁର ଜିଲ୍ଲାର ଭୀମଭୋଇ;

ରାୟଗଡ଼ା ଜିଲ୍ଲାର ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି ସବୁ ନିର୍ମାଣ ଓ ସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଏଥିନିମନ୍ତେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଆବାହକ ରବି ରଥ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। 

କୋଦଳା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ବନମାଳି ମହାରଣାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉକ୍ତ ତାଲିକାରେ ସ୍ଥାନିତ କରିବା ପାଇଁ ଶ୍ରୀ ରଥ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ଓ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ଵର ଠାରେ କରାଯିବା ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ଚାରଣ କରାଯିବାକୁ ଅନୁରୋଧ କରିଛନ୍ତି ।