"ଦଣ୍ଡେ ଅବା ଘଡିଏ ଥୂଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ"

Sep 16, 2025 - 11:26
 10
"ଦଣ୍ଡେ ଅବା ଘଡିଏ ଥୂଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ"

ଜୀବନ ଯାତ୍ରା, ସ୍ଵର୍ଗଦ୍ଵାର ହୋଇନାହିଁ ଶେଷ ଠିକଣା ମହାପ୍ରଭୁଙ୍କ କରୁ ଣାରୁ ସ୍ୱର୍ଗଦ୍ୱାରରୁ ଫେରିଛନ୍ତି ୮୬ ବର୍ଷୀୟ ଶ୍ରଦ୍ଧାଳୁ କଥାଟି ଶୁ ଣି ବାକୁ ଆଶ୍ଚ ର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ ଜୁଇରେ ଜଳିଯିବା ଆଗରୁ ଜଣେ ବୃଦ୍ଧା ମହିଳାଙ୍କ ଦେହରେ ଜୀବନ ଥ୍ ବାର ଜଣାପଡି ଥିଲା, ଆଉ ବୃଦ୍ଧାଙ୍କ ନିଶ୍ଵାସପ୍ରଶ୍ଵାସ ଚାଲୁ ଥ୍ ବାର ଜାଣି ସମସ୍ତେ ଆଶ୍ଚ ର୍ଯ୍ୟ ହୋଇଯାଇଥିଲେ ବାସ୍ତବରେ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ (୮୬)ଙ୍କୁ ଆଜି ଅପରାହ୍ନରେ ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର ପାଇଁ ଆମ୍ବୁଲାନ୍ସରେ ଅଣାଯାଇଥୁଲା

ବୟସାଧକ୍ୟ ଯୋଗୁଁ ଆଜି ପି ଲକ୍ଷ୍ମୀ କିଛି କଥା କହୁନଥିବାବେଳେ ପରିବାର ଲୋକ ଭାବିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି ଆଉ ଲକ୍ଷ୍ମୀଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କୁ ସ୍ୱର୍ଗଦ୍ଵାରକୁ ଆଣିଥିଲେ ତେବେ ସ୍ୱର୍ଗଦ୍ୱାରରେ ଯେତେବେଳେ ଲକ୍ଷ୍ମୀଙ୍କୁ ଦାହ କରିବାକୁ ସବୁ

ସ୍ଵର୍ଗଦ୍ଵାର ମ୍ୟାନେଜର ବୃଦ୍ଧା ବଞ୍ଚିଥିବା ଜାଣିବାକୁ ପାଇଥିଲେ । ବୃଦ୍ଧାଙ୍କ ନିଶ୍ବାସ ପ୍ରଶ୍ଵାସ ଚାଲୁଥିଲା ।

ଆଉ ଏହା ଦେଖିବା ପରେ ତୁରନ୍ତ ମ୍ୟାନେଜର ଆମ୍ବୁଲାନ୍ସ ଡ଼କାଇବା ସହ ବୃଦ୍ଧାଙ୍କୁ ତାଙ୍କ ପରିବାର ସ‌ହ‌ଯୋଗରେ ପୁରୀ ମେଡିକାଲ ଆଣିଥିଲେ । ଡାକ୍ତରଖାନାରେ ଲକ୍ଷ୍ମୀଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସେ ଜୀବିତ ଥୁବା ଡାକ୍ତର ମଧ୍ଯ ପ୍ରକାଶ କରିଥିଲେ ଏବେ ତାଙ୍କ ପୁରୀ ମେଡିକାଲରେ ଚିକିତ୍ସା ଚାଲିଛି ।