ଦିଲ୍ଲୀ ହାଇ କୋର୍ଟ ଏବେ ବିପଦରେ !

Sep 12, 2025 - 15:33
 10
ଦିଲ୍ଲୀ ହାଇ କୋର୍ଟ ଏବେ ବିପଦରେ !

ଦୁର୍ବୁତ୍ତ ମାନେ ଦିଲ୍ଲୀ ହାଇକୋର୍ଟ କୁ bombing କରିବେ ବୋଲି email ରେ ଧମକ ଦେଇଛନ୍ତି |

କୋର୍ଟର ୩ଟି ରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ରହିଛି। 

ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବ ବୋଲି ଦୁର୍ବୃତ୍ତମାନେ ମେଲ୍‌ରେ ମଧ୍ୟ ଉଲେଖ କରିଛନ୍ତି |

ବୋମା ଧମକ ପରେ ଦିଲ୍ଲୀ ହାଇକୋର୍ଟକୁ ଖାଲି କରି ଦିଆଯାଇଛି |

ଏପରିକି ଦିଲ୍ଲୀ ପୋଲିସ ବିଚାରପତି, ଓକିଲ ଏବଂ କର୍ମଚାରୀଙ୍କୁ ବାହାରକୁ ନେଇ ଆସିଥିବା ବେଳେ କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ଛାନଭିନ୍‌ ଆରମ୍ଭ କରି ଦେଇଛି | 

ଅନ୍ୟପକ୍ଷେ ଦିଲ୍ଲୀ ହାଇକୋର୍ଟ ପରିସରରେ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।