ଦୁଇଟି ଲଘୁଚାପରେ ହେବ ବର୍ଷା, ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ
ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ। ଏହି ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସେପ୍ଟେମ୍ବର ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତା ୩୦ରେ ମିଆମାର୍ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ୧ ତାରିଖରେ ଲଘୁଚାପର ରୂପ ନେବା ସହ ଅଧୂକ ଘନୀଭୂତ ହେବା ସମ୍ଭାବନା ରହିଛି। ପ୍ରଭାବରେ ୧ ଓ ୨ ତାରିଖରେ ରାଜ୍ୟରେ ସ୍ବଳ୍ପରୁ ମଧ୍ଯମଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।