ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର IIM, ମୁମ୍ବାଇ ର ସମାବର୍ତନ ସମାରୋହରେ ସମ୍ବୋଧନ...

Sep 21, 2025 - 08:32
 9
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର  IIM, ମୁମ୍ବାଇ ର ସମାବର୍ତନ ସମାରୋହରେ ସମ୍ବୋଧନ...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ), , ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧୃତ କରିଛନ୍ତି। ଭାରତର ଅଗ୍ରଣୀ ଆଇଆଇଏମଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନ ହାସଲ କରିଥିବାରୁ ସେ ଶିକ୍ଷାନୁଷ୍ଠାନକୁ ପ୍ରଶଂସ ପ୍ରଶଂସା କରିବା ସହିତ ଡିଗ୍ରୀ ହାସଲ କରିଥିବା ସ୍ନାତକୋ କାତ୍ତୋର ଏବଂ ପିଏଚଡି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମା ସମାନଙ୍କର ସଫଳତାରେ ରେ ଶିକ୍ଷକ, ମାତାପି ପିତା এর° ସାଥୀମାନଙ୍କର ସେ ସ୍ନେହ, ସହଯୋଗ ଏବଂ ମାର୍ଗଦର୍ଶନ ରହିଥ‌ିବା ଡକ୍ଟର ମିଶ୍ର ଉଲ୍ଲେଖ କରିଛନ୍ତି ।

ତାଙ୍କର ଅଭିଭାଷଣରେ, ବର୍ତ୍ତମାନର ଆର୍ଥିକ ପରିଦୃଶ୍ଯରେ ଦେଖା ଦେଇଥିବା ଜଟିଳତା, କୋଭିଡ ୧୯ ମହାମା ମାରୀ, ବାଣିଜ୍ୟ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଯୁକ୍ତିଗତ ବାଧକ ଭଳି ବିଶ୍ବସ୍ତରୀୟ ସମସ୍ୟା ସମ୍ପର୍କରେ ସେ ଉ ଉଲ୍ଲେଖ କରିଥିଲେ I ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବା ଲାଗି ଭାରତ “ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ”ର ମନ୍ତ୍ର ନେଇ ସାହସ ଏବଂ ଆତ୍ମବିଶ୍ବାସର ସହିତ ତ ଆଗକୁ ବଢୁଛ|

ଡକ୍ଟର ମିଶ୍ର କହିଛନ୍ତି, ଭାରତ ନବସୃଜନ କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ର ରୂପେ ପରିଣତ ହୋଇଛି । ଏବେ ଦେଶରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଏବଂ ୧.୯ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି I ଏହା ସହିତ ସରକାର ୧ ଲକ୍ଷ କୋଟି ଟଙ୍କାର ଅନୁସନ୍ଧାନ ଜାତୀୟ ଗବେଷଣା ଫଣ୍ଡ, ଇଣ୍ଡିଆ ଏଆଇମିଶ ଏବଂ ଡିପ୍ ଟେକ୍ ଫଣ୍ଡ ଅଫ୍ ଫଣ୍ଡସର ଶୁଭାରମ୍ଭ କରିଛନ୍ତି ।

ମାନବ ସମ୍ବଳ ବିକାଶ ଉପରେ ଡକ୍ଟର ମିଶ୍ର କହିଛନ୍ତି ବୈଷୟିକ ଦକ୍ଷତା ଯଥେଷ୍ଟ ନୁହେଁ, ଆଭିମୁଖ୍ୟ, ଦଳଗତ କାର୍ଯ୍ୟ, ମୁକ୍ତଭାବନା, ଆପୋସ ସମ୍ମାନ, ସହୃଦୟତା, ନୈତିକତା, ପାରଦର୍ଶିତା ଏବଂ ନିଷ୍ଠା ମଧ୍ଯ ଜରୁରୀ I ବ୍ୟକ୍ତିଗତ ଦକ୍ଷତା ଅପେକ୍ଷା ଦଳଗତ ଭାବନା ଗୁରୁତ୍ବପୂର୍ଣ ବୋଲି ସେ କହିଛନ୍ତି I ଏହି ପରିପ୍ରେକ୍ଷୀରେ ସେ ନିରନ୍ତର ଶିକ୍ଷା ଜାରି ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଜ୍ଞାନ ହିଁ କେବଳ ପରିବର୍ଭିତ ବିଶ୍ବ ପାଇଁ ଉପଯୋଗୀ ବୋଲି ସେ କହିଛନ୍ତି I

ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରି ଡକ୍ଟର ମିଶ୍ର ୨୦୧୪ଠାରୁ କାର୍ମିକ ପରିଚାଳନାରେ ଆସିଥିବା ରଣନୀତିକ ପରିବର୍ତ୍ତନ ବିଷୟରେ କହିଥିଲେ I ସେ କହିଥିଲେ ଏକବିଂଶ ଶତାବ୍ଦୀର ପ୍ରଶାସନିକ ସେବା ବ୍ୟବସ୍ଥା ଗଠନ କରିବା ଏହାର ଲକ୍ଷ୍ୟ ଥିଲା I ଏଥିମଧ୍ୟରୁ ଗୋଟିଏ ଥୁଲା ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଏବଂ ଭାରତ ସରକାରଙ୍କ ସଚିବ ଭଳି ବରିଷ୍ଠ ପଦବୀ ପାଇଁ ତାଲିକାଭୁକ୍ତ କରାଯିବା ପ୍ରକ୍ରିୟାର ପୁନର୍ବିନ୍ୟାସ। ସେ କହିଥ୍ ଲେ ଯେ ସରକାର ୨୦୧୬ରେ ଏକ ବହୁମୁଖୀ ମତାମତ ସଂଗ୍ରହ (ଏମଏସଏଫ) ବ୍ୟବସ୍ଥା ପ୍ରଚଳନ କରିଥିଲେ I ଏହି ବ୍ୟବସ୍ଥାରେ ବରିଷ୍ଠ, କନିଷ୍ଠ, ସହକର୍ମୀ ଏବଂ ବାହ୍ୟ ଅଂଶୀଦା ଦାରମାନଙ୍କ ଠାରୁ ମୂଲ୍ୟାୟନ ସାମିଲ କରାଯାଇଛି ଯାହାକି ନିଷ୍ପତ୍ତି ଗ୍ରହଣ, ଦାୟିତ୍ଵ, ବିତରଣ, ସକ୍ରିୟତା ଏବଂ ସଚ୍ଚୋଟତା ପାଇଁ ଖ୍ଯାତି ଭଳି ଳି ଗୁଣ‌ଗୁଡ଼ିକର ମୂଲ୍ୟାଙ୍କନ କରିଥାଏ। ଚୟନର ନିରପେକ୍ଷତାରେ ଦୃଢ଼ ବିଶ୍ବସନୀୟତା ସହିତ ଏହି ସଂସ୍କାର ପ୍ରତିଭା ଭଣ୍ଡାରକୁ ବିସ୍ତାର କରିଛି ବୋଲି ଡକ୍ଟର ମିଶ୍ର କହିଥିଲେ । ଏକ ଦ୍ରୁତ-ବିକଶିତ ଭାରତର ଆକାଂକ୍ଷା ପୂରଣ କରିବା ପାଇଁ ଶାସନ ଢାଞ୍ଚାକୁ ନୂଆ ରୂପ ଦିଆଯାଇଥିବା ସେ ଉଲ୍ଲେଖ କରିଥିଲେ । ସେହିପରି ଗ୍ରୁପ୍ ବି এর° ସି ପୋଷ୍ଟ ପାଇଁ ବ୍ୟକ୍ତିଗତ ସାକ୍ଷାତକାର ବନ୍ଦ କରାଯିବା ଫଳରେ ପକ୍ଷପାତିତା ହ୍ରାସ ପାଇଥ୍ ପାଇଥିବା ସେ ମତବ୍ୟକ୍ତ କରିଥିଲେ। ମିଶନ କର୍ମଯୋଗୀ ମାଧ୍ୟମରେ ପ୍ରଶାସନିକ ସେବାର କ୍ଷମତା ବୃଦ୍ଧି କରାଯାଉଛି ପାଉଛି I ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ ଜରିଆରେ ଏବେ ୩,୩୦୦ ପାଠ୍ୟକ୍ରମ ଉପଲବ୍ଧ ହେଉଛି ଏବଂ ୧.୩ କୋଟିରୁ ଅଧ‌ିକ ବ୍ୟବହାରକାରୀ ଏହାର ଲାଭ ପାଇପାରୁଛନ୍ତି ବୋଲି ସେ ଆହୁରି କହିଥିଲେ ।

ଡକ୍ଟର ମିଶ୍ର ଉଲ୍ଲେଖ କରିଥିଲେ ଯେ ୭୯% କର୍ମଚାରୀ କନିଷ୍ଠ ସ୍ତରର, ଏବଂ ୫୦ ଲକ୍ଷରୁ ଅଧୂକ ଭୂମିକା-ଆଧାରିତ ପାଠ୍ୟକ୍ରମ ସମାପ୍ତ କରିଛନ୍ତି । ୧୦୭ଟି ମନ୍ତ୍ରଣାଳୟ/ବିଭାଗ ଏବଂ ସଂଗଠନକୁ ସହାୟତା କରିବା ଏବଂ ତାଲିମ ପ୍ରତିଷ୍ଠାନ ପାଇଁ ଜାତୀୟ ମାନଦଣ୍ଡ ସ୍ଥାପନ କରିବାରେ ଦକ୍ଷତା ବିକାଶ କମିଶନର ଭୂମିକା ବିଷୟରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।