ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଡ୍ରାଇଭର ଦଗ୍ଧ
ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ଯୋଗେନପଦର ବ୍ରିଜ ନିକଟରେ ଗତ ବିଳମ୍ବିତ ରାତିରେ ଦୁଇଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସମୟରେ ଟ୍ରକରେ ଡ୍ରାଇଭର ଓ ଗାଡ଼ି ମାଲିକ ଥିଲେ। ହେଲେ ଗାଡ଼ି ମାଲିକ ଡେଇଁ ନିଜ ଜୀବନ ବଞ୍ଚାଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରରୁ ବାହାରି ପାରିନଥିଲେ। ଗାଡ଼ି ଭିତରେ ଡ୍ରାଇଭର ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।ତେବେ ଟ୍ରକଟି ରାଜସ୍ଥାନର ବୋଲି ଜଣାପଡିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ୨ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।
