ଦୁର୍ନୀତି ରୋକିବା ଦିଗରେ ସରକାରଙ୍କ ସକାରତ୍ମକ ପଦକ୍ଷେପ

Sep 11, 2025 - 16:43
 7
ଦୁର୍ନୀତି ରୋକିବା ଦିଗରେ ସରକାରଙ୍କ ସକାରତ୍ମକ ପଦକ୍ଷେପ

ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ଵନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ଶ୍ରୀ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, ସମସ୍ତ ରାଜସ୍ବ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ଉଲ୍ଲେଖିତ ଏକ ପତ୍ରରେ ଜଣାଇଛନ୍ତି ଯେ, ରାଜ୍ୟ ସରକାର ସ୍ବଚ୍ଛ, ପାରଦର୍ଶୀ ଓ ନାଗରିକକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧ । ନିକଟରେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଚିହ୍ନଟ ହୋଇଥିବା ଦୁର୍ନୀତି ମାମଲାଗୁଡ଼ିକ ସୂଚାଉଛି ଯେ, ଏ କ୍ଷେତ୍ରରେ ସକ୍ରିୟ ଓ ନିରନ୍ତର ଧ୍ୟାନ ଦେଇ ପ୍ରତିକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକ‌ତା ରହିଛି । କେବଳ ଦୋଷୀଙ୍କୁ ଦଣ୍ଡ ଦେବା କାର୍ଯ୍ୟାନୁଷ୍ଠାନ ଦ୍ବାରା ଏହାର ସମାଧାନ ହୋଇପାରିବ ନହିଁ ; ବରଂ ଦୁର୍ନୀତିର ମୂଳ କାରଣଗୁଡ଼ିକୁ ପ୍ରଶାସନିକ, ଆଇନଗତ, ସାମାଜିକ, ଆର୍ଥିକ ଓ ଶିକ୍ଷାମୂଳକ ପଦକ୍ଷେପ ମାଧ୍ଯମରେ ବ୍ୟବସ୍ଥାଗତ ପ୍ରଣାଳୀରେ ଦୂର କରିବା ପାଇଁ ସୁଦୃଢ ପଦକ୍ଷେପ ଆବଶ୍ୟକ ।

ଏ ସଂପର୍କରେ “ସଜ୍ଜାନମ କମିଟି” ସୁପାରିଶ ଅନୁସାରେ ବିଭାଗମାନେ ନିଜେ ନିଜେ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି, ମାମଲା ସୃଷ୍ଟି ହେବା ପୂର୍ବରୁ ସେଥ୍ପ୍ରତି ଆଗୁଆ ପଦକ୍ଷେପ ନେବା ବିଶେଷ ଗୁରୁତ୍ଵ ରଖୁଛି । ପ୍ରତିରୋଧାତ୍ମକ ଦୁର୍ନୀତି ନିବାରଣ ସଚେତନତା ମାଧ୍ୟମରେ ଅଧିକ ନିୟାମକତା, ଇଚ୍ଛାଧୀନ କ୍ଷମତା, ସେବା ପ୍ରଦାନରେ ଏକାକାର, ଦୁର୍ବଳ ଅଭିଯୋଗ ଶୁଣାଣି ବ୍ୟବସ୍ଥା, ଯାଞ୍ଚ ପ୍ରଣାଳୀରେ କୋହଳ ବ୍ୟବସ୍ଥା ଏବଂ ଜନସଚେତନାର ଅଭାବ ପରି ବିଷୟଗୁଡ଼ିକର ସମାଧାନ କରିପାରିବ ।

ଦୁର୍ନୀତି ନିବାରଣ ପ୍ରତି ଗୁରୁତ୍ବପୂର୍ଣ୍ଣ ଧ୍ୟାନ ଆକର୍ଷଣକାରୀ କ୍ଷେତ୍ରଗୁଡ଼ିକ ମଧ୍ୟରେ : କ୍ରୟ ଏବଂ ଚୁକ୍ତି ପରିଚାଳନା, ମାନବ ସମ୍ୱଳ ପରିଚାଳନା, ସେବା ପ୍ରଦାନ, ସର୍ବସାଧାରଣଙ୍କ କାର୍ଯ୍ୟ ନିରୀକ୍ଷଣ ବ୍ୟବସ୍ଥା,

ବ୍ୟବସାୟ କରିବାର ସୁବିଧା (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ) ଏବଂ ‘ଜନ ବିଶ୍ବାସ ବିଲ୍' କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

କ୍ରୟ ଏବଂ ଚୁକ୍ତି ପରିଚାଳନା କ୍ଷେତ୍ରରେ ଇ-କ୍ରୟ (ପ୍ରୋକ୍ୟାରମେଣ୍ଟ), ଇ-ଟେଣ୍ଡରିଂ ଏବଂ ତୃତୀୟ ପକ୍ଷ ସାର୍ଟିଫିକେସନ୍ ଅବଲମ୍ୱନ କରିବାଦ୍ବାରା ଇଚ୍ଛାଧୀନ କ୍ଷମତାର ବ୍ୟବହାର ସମ୍ଭାବନା କମିଥାଏ ଏବଂ ସ୍ବଚ୍ଛତା ସୁନିଶ୍ଚିତ ହୁଏ । ଉଦାହରଣସ୍ବରୂପ, ଯେଉଁସବୁ ବିଭାଗମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଅନଲାଇନ୍ ଟେଣ୍ଡରିଂ ବ୍ୟବହାର କରୁଛନ୍ତି, ସେଥ୍‌ରେ ପକ୍ଷପାତିତା ସଂପର୍କିତ ଅଭିଯୋଗ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ଦେଖାଯାଇଛି ।

ମାନବ ସମ୍ୱଳ ପରିଚାଳନାରେ ସ୍ବଚ୍ଛତା ଅବଲମ୍ୱନକୁ ଗୁରୁତ୍ବ ଦିଆଯାଇ ଅନଲାଇନ୍ ବଦଳୀ ନୀତିର କାର୍ଯ୍ୟକାରିତା ଏବଂ ସମ୍ବେଦନଶୀଳ ପଦବୀରେ କର୍ମଚାରୀମାନଙ୍କର ପର୍ଯ୍ୟାୟକ୍ରମିକ ପରିବର୍ତ୍ତନ, ଅନୁଚିତ ଲାଭ ପ୍ରବୃତ୍ତିକୁ ନିରୁତ୍ସାହିତ କରେ । କିଛି ବିଭାଗ ନ୍ୟାୟସଙ୍ଗତ ଓ ସ୍ବଚ୍ଛତାର ସହ ଅନଲାଇନ୍ ବଦଳୀ ପ୍ରଣାଳୀ ପରିଚାଳନା କରୁଛନ୍ତି, ଯାହାକି ଅନ୍ୟ ବିଭାଗମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁସରଣ କରାଯିବା ଆବଶ୍ୟକ ।

ନିୟମଗୁଡ଼ିକର ସରଳୀକରଣ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର, ଓଡ଼ିଶା ଲୋକସେବା ଅଧିକାର ଅନିୟମ, ୨୦୧୨ ଅଧୀନରେ ନାଗରିକମାନଙ୍କୁ ମଧ୍ଯସ୍ଥି ବିନା ନିଜର ଅଧ୍କାରଗୁଡ଼ିକ ପ୍ରାପ୍ତ କରିବାରେ ସାହାଯ୍ୟ କରିଛି । ‘ଆମ ଶାସନ’ ପରି ପ୍ରୟାସଗୁଡ଼ିକ ନାଗରିକଙ୍କୁ ସେବା ପ୍ରଦାନ ସମ୍ପର୍କରେ ସିଧାସଳଖ ମତାମତ (ଫିଡବ୍ୟାକ) ପ୍ରଦାନର ସୁଯୋଗ ପ୍ରଦାନ କରୁଛି, ଯାହା ଫଳରେ ଉତ୍ତରଦାୟିତ୍ଵ ବୃଦ୍ଧି ପାଇଛି । ଓ୍ୱାମିସ୍ ଏବଂ ୱାର୍କ ପାସ୍‌ ବୁକ୍ ପରି ବ୍ୟବସ୍ଥା ନାଗରିକମାନଙ୍କୁ ନିଜ ଅଞ୍ଚଳର ପ୍ରକଳ୍ପଗୁଡ଼ିକର ଭୌତିକ ଏବଂ ଆର୍ଥିକ ପ୍ରଗତି ସମ୍ପର୍କରେ ତତ୍କାଳିକ ସୂଚନା ପ୍ରଦାନ କରୁଛି, ଯାହା ଫଳରେ ଅନୀତିମୂଳକ ହସ୍ତକ୍ଷେପର ସମ୍ଭାବନା କମିଛି । ବ୍ୟବସାୟ କରିବାର ସୁବିଧା (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍) ଏବଂ ‘ଜନ ବିଶ୍ବାସ ବିଲ୍', ବ୍ୟବସାୟ ସମ୍ପର୍କୀୟ ନିୟମାବଳୀର ସୁଧାର ଏବଂ ସାଧାରଣ ବା ସାମାନ୍ୟ ଉଲଂଘନକୁ ଅପରାଧୀକରଣରୁ ମୁକ୍ତ କରିବା ଅତିରିକ୍ତ ଇଚ୍ଛାନ କ୍ଷମତାର ବ୍ୟବହାର ଓ ଦୁର୍ନୀତିର ସୁଯୋଗକୁ କମାଇଥାଏ ।

ମୁଖ୍ୟ ଶା ଶାସନ ସଚିବ ଦୁର୍ନୀତି ପ୍ରତି କଡ଼ା କଡ଼ା ଆଭିମୁଖ୍ୟ ଓ ଓ ପଦକ୍ଷେପ ପଦ ଗ୍ରହଣ କରିବାକୁ ସମସ୍ତ ବିଭାଗ ଜିଲ୍ଲାପାଳମାନଙ୍କୁ ଦୃଢ ପଦକ୍ଷେ ପଦକ୍ଷେପ ଗ୍ରହଣ ଗ୍ରହଣ କରିବାକୁ ନିର୍ଦ୍ଦେଶ ର୍ଦ୍ଦଶ ଦେଇଛନ୍ତି । ଆଭ୍ୟନ୍ତରୀଣ ସଚେତନତା କମିଟି ( ଇଣ୍ଟରନାଲ ଭିଜିଲାନ୍ସ କମିଟି ) ଗଠନ କରି ସମ୍ବେଦନଶୀ ନଶୀଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ ପୂର୍ବକ ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍, ୱାମିସ୍, ଇ-ଟେଣ୍ଡରିଂ, ଇ-ପ୍ରୋକ୍ୟୁରମେଣ୍ଟ, ୱାର୍କ ପାସ୍ ବୁକ୍, ଡିବିଟି ଜରିଆରେ ଅର୍ଥ ପ୍ରେରଣ ଏବଂ ଅନ୍ ଲାଇନ୍ ମାନବ ସମ୍ବଳ ସମ୍ୱଳ ପରିଚାଳନା ବ୍ୟବସ୍ଥା ପାଇଁ ପ୍ରଯୁ ପ୍ରଯୁକ୍ତି-ଭିଭିକ ସୁଧାରଗୁଡ଼ିକୁ କାର୍ଯ୍ୟକାରୀ କରିବା এক ସେଥ୍ରେ ଅକ ଉନ୍ନତି ଆଣିବା, କର୍ମଚାରୀମାନଙ୍କ ପର୍ଯ୍ୟାୟକ୍ରମିକ ପରିବର୍ତ୍ତନ, ନ୍ୟାୟ ଅବଲ ମ୍ୱନ ପୂର୍ବକ ଅନଲାଇନ୍ ବ୍ୟବସ୍ଥାରେ ବଦଳି ଏବଂ କାର୍ଯ୍ୟରେ ସାଧୁତା ଅବଲମ୍ୱନ ସନ୍ଦେହ ରହୁଥ‌ିବା ୟସଙ୍ଗତ ଓ ସ୍ବଚ୍ଛତା

ଅଧିକାରୀମାନଙ୍କୁ ଗୁରୁତ୍ବପୂର୍ଣ(ସମ୍ବେଦନଶୀଳ) ପଦବୀରୁ ନିବୃତ୍ତ ରଖୁବା ସହ ସ୍ବଚ୍ଛତାର ସହ ମାନବ ସମ୍ୱଳ ପରିଚାଳନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ମଧ୍ୟ ଓଡ଼ିଶା ଲୋକସେବା ଅଧିକାର ଅଧ୍ୱନିୟମ ଅଧୀନରେ ଥିବା ସମସ୍ତ ସେବାର ସମୟସୀମାକୁ କାର୍ଯ୍ୟାଳୟରେ ପ୍ରଦର୍ଶନ କରିବା, ଡ୍ୟାସବୋର୍ଡ ମାଧ୍ଯମରେ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକଳା କଳାପକୁ ନିରୀକ୍ଷଣ କରି ନାଗରିକମାନଙ୍କୁ ସଶକ୍ତ କରିବା, ଦୁର୍ନୀତି ପ୍ରତି ଶୂନ ସହନଶୀଳତା ତା (ଜିରୋ ( ଟଲେରାନ୍ସ) ସଂସ୍କୃତିକୁ ତିକୁ ପ୍ରତିଷ୍ଠିତ କରିବା ପାଇଁ ସମୟ ସମୟରେ ସମୀକ୍ଷା, ବରିଷ୍ଠ ଅଧିକାରୀମାନଙ୍କ ସହିତ ଖୋଲା ଲୋଚନା ଏବଂ ଫିଡବ୍ୟାକ୍ ର ସଂରଚିତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଲୋଚ

ଏହି ନିର୍ଦ୍ଦେଶଗୁଡ଼ିକ ସମସ୍ତ ଅଧିକାରୀଙ୍କ ନିକଟରେ ଯେପରି ନିଶ୍ଚିତ ଭାବରେ ପହଁଚିବ ଏବଂ ନିର୍ଦ୍ଦେଶିତ ଅନୁସାରେ ଏହାର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଦୃଢ଼ ପ୍ରତିରୋଧାତ୍ମକ ସଚେତନତା ଢାଞ୍ଚା ବାସ୍ତରେ ଏକ ଜନକୈନ୍ଦ୍ରିକ ସରକାର ପ୍ରତିଷ୍ଠାକୁ ସାକାର କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।