ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍ ଦର୍ଶନ ଆଧ୍ୟାତ୍ମିକ ମେଳା...

Feb 15, 2026 - 13:36
 59
ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍ ଦର୍ଶନ ଆଧ୍ୟାତ୍ମିକ ମେଳା...

ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍ ଦର୍ଶନ ଆଧ୍ୟାତ୍ମିକ ମେଳା...

ପ୍ରଜାପତି ବ୍ରହ୍ମାକୁମାରୀଜ୍ ବିଜେବିନଗର ଶାଖା ପକ୍ଷରୁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଲକ୍ଷଷ୍ଵର ମନ୍ଦିର ପରିସରରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ଆଧ୍ୟାତ୍ମିକ ମେଳା ଏହାର ମୁଖ୍ଯ ସଞ୍ଚାଳିକା ବ୍ରହ୍ମାକୁମାରୀ ତପସ୍ଵିନୀ ଭଉଣୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ଯ ଅତିଥି ରୂପେ ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ଏଡିଟର, ଓଁକାରନାଥ ମିଶନ୍ ଓଡିଶା ସଭାପତି ,କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ଚେୟାରମ୍ଯାନ ତଥା ବିଶିଷ୍ଟ ସ୍ତମ୍ଭକାର ଇଂ ଜିତେନ୍ କୁମାର ରାଉତରାୟ ଶିବଧ୍ଵଜା ଉତ୍ତୋଳନ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଏହି ପବିତ୍ର ଉତ୍ସବକୁ ଉଦଘାଟନ କରିଥିଲେ ।

ଏପରି ସୁନ୍ଦର ଦର୍ଶନ ଆଧ୍ୟାତ୍ମିକ ମେଳା ଆୟୋଜନ କରି ସମାଜରେ ସତ୍,ଶାନ୍ତି ଓ ସଦ୍ ଭାବନା ପ୍ରତିଷ୍ଠା ସହ ସୁନ୍ଦର ଭାଇଚାରା ସମ୍ପର୍କ ପାଇଁ ଉଦ୍ୟମ୍ ଜାରିରଖି ଥିବାରୁ ବିଜେବିନଗର ଶାଖା ର ଭାଇ ଭଉଣୀ ମାନଙ୍କୁ ଶ୍ରୀ ରାଉତରାୟ ପ୍ରଶଂସା କରିଥିଲେ । ନିଜେ ଶାନ୍ତି ରେ ରହି ଅନ୍ୟକୁ ଶାନ୍ତି ରେ ରହିବାକୁ ଶ୍ରୀ ରାଉତରାୟ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବିକା ତଥା ମହିୟସୀ ମହିଳା ନମିତା ରାଉତରାୟ , ବ୍ରହ୍ମାକୁମାରୀ ନିରୁପମା ଭଉଣୀ, ବ୍ରହ୍ମାକୁମାରୀ ମିତା ଭଉଣୀ, ବ୍ରହ୍ମାକୁମାରୀ ସୁସ୍ମିତା ଭଉଣୀ, ବ୍ରହ୍ମାକୁମାରୀ ସୁସ୍ମିତା ଭଉଣୀ, ବ୍ରହ୍ମାକୁମାରୀ ପୁଷ୍ପା ଭଉଣୀ, ବ୍ରହ୍ମାକୁମାରୀ ମିନତୀ ଭଉଣୀ,ସୁସାହିତ୍ୟିକ ତଥା ସତ୍ୟମ୍ ସିବମ ସୁନ୍ଦରମ ପତ୍ରିକା ଯୁଗ୍ମ ସମ୍ପାଦକ ଶ୍ରୀମନୋଜ ସେଠ୍, ବ୍ରହ୍ମାକୁମାର ସନ୍ତୋଷ ଭାଇ, ବ୍ରହ୍ମାକୁମାର ଦିନବନ୍ଧୁ ଭାଇ ଓ ବ୍ରହ୍ମାକୁମାର ଶୁଶାନ୍ତ ଭାଇ ପ୍ରମୁଖ ଏହି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍ ଦର୍ଶନ ଆଧ୍ୟାତ୍ମିକ ମେଳା କୁ ସଫଳ କରିବାରେ ସହଯୋଗ କରିଥିଲେ । 

ରାଜଯୋଗ ର ମାହାତ୍ମ୍ୟ ଓ ଏହାର ଉପକାର ସମ୍ବନ୍ଧରେ ବ୍ରହ୍ମକୁମାରୀ ଭଉଣୀ ମାନେ ଆଲୋକପାତ କରିଥିଲେ।