ଭୁବନେଶ୍ଵରସ୍ଥିତ ଇନର ହୁଇଲ୍ ତୋଷାଳୀ କ୍ଲୁବର ୨୫ ତମ ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |

Feb 15, 2026 - 13:47
 5
ଭୁବନେଶ୍ଵରସ୍ଥିତ ଇନର ହୁଇଲ୍ ତୋଷାଳୀ କ୍ଲୁବର ୨୫ ତମ ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |

ଭୁବନେଶ୍ଵରସ୍ଥିତ ଇନର ହୁଇଲ୍ ତୋଷାଳୀ କ୍ଲୁବର ୨୫ ତମ ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |

ହୋଟେଲ ଆର୍ଯ୍ୟ ପ୍ୟାଲେଶ ଠାରେ ୩୨୬ ଜିଲ୍ଲାର ଚେୟାରମ୍ୟାନ୍ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଯୋଗଦାନ କରି ବହୁ ମୂଲ୍ୟବାନ ଉକ୍ତି ଉପସ୍ଥାପନ କରିଥିଲେ |

ମେମ୍ବର ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର , ଜିଲ୍ଲା ସମ୍ପାଦିକା ଶ୍ରୀମତୀ ପୁଷ୍ପା ହରିଚନ୍ଦନ,ଜିଲ୍ଲା ଏଡିଟର ଶ୍ରୀମତୀ ଆରତୀ ବଡ ପଣ୍ଡା ,ଆଈ. ଏସ୍.ଓ ଶ୍ରୀମତୀ ମମତା ବାଜପେୟୀ ଯୋଗଦାନ କରି ମେମ୍ବର ମାନଙ୍କୁ ଉତ୍ସାହିତ କରିଥିଲେ | 

ରୋଟାରି ଭୁବନେଶ୍ଵର ତୋଷାଳୀର ସଭାପତି, ସମ୍ପାଦକ ପ୍ରଭୃତି ଯୋଗଦାନ କରିଥିଲେ |

ମିଡ଼ିଆର କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରାଯାଇଥିଲା | ତୋଷାଳୀ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ମଧ୍ୟ୍ୟ ସମ୍ମାନିତ କରାଯାଇଥିଲା | 

ତୋଷାଳୀର କର୍ମକର୍ତ୍ତା ମାନେ ନୃତ୍ୟ , ଗୀତ , କବିତା , କୌତୁକ କଥା ପରିବେଷଣ କରିଥିଲେ | 

ନୁଆ ମେମ୍ବର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | 

ଶ୍ରୀମତୀ ଚନ୍ଦ୍ରଲେଖା ରଥ କାର୍ଯ୍ୟକ୍ରମଟି ର ଘୋଷିକା ଥିଲେ |