ନରସିଂହ ଦେବଙ୍କ ଜନ୍ମ ଉତ୍ସବ ପାଇଁ ପ୍ରସ୍ତୁତି.

Nov 17, 2025 - 15:41
 7
ନରସିଂହ ଦେବଙ୍କ ଜନ୍ମ ଉତ୍ସବ ପାଇଁ ପ୍ରସ୍ତୁତି.

ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କର ଜନ୍ମ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ କିଶୋରନଗର କେଶରୀନଗ୍ର ଉଆସରେ ଅନୁଷ୍ଠିତ ଏହି ବୈଠକରେ ଷୋଳ ମଣ୍ଡଳର ଭକ୍ତ ଯୋଗ ଦେଇଥିଲେ। ଆସନ୍ତା ମାଘ ମାସ ଶୁକ୍ଳ ପକ୍ଷ ଷଟ୍ ତିଳା ଏକାଦଶୀ ତିଥ୍‌ ( ତା ୧୪ - ୦୧ - ୨୦୨୬ ) ରିଖ ଦିନ ତାଙ୍କର ଜନ୍ମ ଉତ୍ସବ ପାଳନ କରାଯିବ ।

ଜନ୍ମ ଉତ୍ସବକୁ ଅଧୂକ ଭାବପୂର୍ଣ୍ଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବୈଠକରେ ନିଷ୍ପତ୍ତା ହୋଇଥିଲା। ଜନ୍ମ ଉତ୍ସବ ପୂର୍ବଦିନ ମହାନଦୀରୁ କଳସ ଶୋଭାଯାତ୍ରା ଓ ବ୍ରହ୍ମଧୂନୀ ସ୍ଥାପନା ପାଇଁ ନିଷ୍ପତ୍ତ ହୋଇ ଥିଲା । ଏହା ସହ ଗହଣ ଦଳ ଷୋଳ ମଣ୍ଡଳରେ ଜନ୍ମ ଉତ୍ସବ ପାଳନ ନିମନ୍ତେ ମଧ୍ଯ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସୂଚନା ଯୋଗ୍ୟ ଯେ, ସନାତନ ଧର୍ମ ସଂସ୍ଥାପନ, ଦୁଷ୍କୃତ ନାଶନ ଓ ଜୀବ ପରିତ୍ରାଣ ଲକ୍ଷ୍ୟ ନେଇ ଗହଣ ଦଳ ଅବିରତ ଭାବେ ତାର ପଦକ୍ଷେପ ଗ୍ରହଣ କରିଆସିଛି ।