ରାଜଭବନରେ ଜନଜାତୀୟ ଗୌରବ ଦିବସ ଓ ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ପ୍ରତିଷ୍ଠା ଦିବସ...

Nov 17, 2025 - 15:39
 4
ରାଜଭବନରେ ଜନଜାତୀୟ ଗୌରବ ଦିବସ ଓ ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ପ୍ରତିଷ୍ଠା ଦିବସ...

ରାଜଭବନରେ ଜନଜାତୀୟ ଗୌରବ ଦିବସ ଓ ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ପ୍ରତିଷ୍ଠା ଦିବସ...

ଭୁବନେଶ୍ବର: ସମସ୍ତ ଆହ୍ବାନର ମୁକାବିଲା କରି ଦେଶର ଏକତା ବଜାୟ ରଖୁବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ରାଜଭବନରେ ଜନଜାତୀୟ ଗୌରବ ଦିବସ ଏବଂ ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଏହା କହିଛନ୍ତି।

ରାଜ୍ୟପାଳ କହିଲେ, ଜନଜାତି ଗୌରବ ଦିବସ ଝାଡ଼ଖଣ୍ଡର ମହାନ ଆଦିବାସୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସାହସିକ ବଳିଦାନକୁ ମନେ ପକାଇବା ପାଇଁ ଏକ ଉତ୍ସର୍ଗୀକୃତ ଦିନ। ବିର୍ସା ମୁଣ୍ଡା ବ୍ରିଟିଶ ଅତ୍ୟାଚାର ବିରୋଧରେ ଆଦିବାସୀଙ୍କ ମନରେ ଚେତନା ଜାଗ୍ରତ କରିଥିଲେ। ଆଦିବାସୀ ଅଧୂକାରର ସୁରକ୍ଷା, ଆତ୍ମସମ୍ମାନ ଏବଂ ମର୍ଯ୍ୟାଦା ପାଇଁ ସଂଗ୍ରାମ କରିଥିଲେ। ଜନଜାତି ଗୌରବ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ସେ ପ୍ରଶଂସା କରିଥିଲେ। ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ରାଜ୍ୟପାଳ ଦୁଇ ରାଜ୍ୟର ଅଧୂବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ କହିଲେ, ଦେବଭୂମି ଉତ୍ତରାଖଣ୍ଡ ହେଉଛି ଦିବ୍ୟ ପର୍ବତ ଏବଂ ପବିତ୍ର ନଦୀଗୁଡ଼ିକର ଏକ କ୍ଷେତ୍ର। ସେହିପରି ଜଙ୍ଗଲର ଭୂମି ଝାଡ଼ଖଣ୍ଡ ଖଣିଜ ସମ୍ପଦ, ଅନନ୍ୟ ସବୁଜିମା ଏବଂ ଏକ ସ୍ଵନ୍ଦନଶୀଳ ଆଦିବାସୀ ଐତିହ୍ୟରେ ଆଶୀର୍ବାଦପ୍ରାପ୍ତ।

ଏହା ବିସା ମୁଣ୍ଡାଙ୍କ ଜନ୍ମସ୍ଥାନ ଯାହାଙ୍କ ଅଦମ୍ୟ ସଂଗ୍ରାମ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଆକାର ଦେଇଥିଲା।

ଆମର ବିବିଧତା ଆମର ଦୁର୍ବଳତା ନୁହେଁ, ଏହା ଆମର ଅନନ୍ତ ଶକ୍ତି ବୋଲି ରାଜ୍ୟପାଳ କହିଥିଲେ। ଉତ୍ସବରେ ରାଜ୍ୟର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ତରାଖଣ୍ଡର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରମିତ୍ ସିଂହଙ୍କ ଭିଡିଓ ବାର୍ତ୍ତା ଓ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ଜୀବନୀ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଉତ୍ତରାଖଣ୍ଡର ମୂଳ ବାସିନ୍ଦା ତଥା ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ ଆୟୁକ୍ତି ରୂପା ରୋଶନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥ‌ିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।