ନାଲକୋ ର ଆର୍ଥିକ ବର୍ଷ ୨୦୨୫ - ୨୬ ର ତୃତୀୟ ତ୍ରୈମାସିକରେ ସର୍ବକାଳିନ ସର୍ବାଧ‌ିକ ୧୬୦୧ କୋଟି ଟଙ୍କାର ନିଟ ଲାଭ

Jan 31, 2026 - 15:22
 3
ନାଲକୋ ର ଆର୍ଥିକ ବର୍ଷ ୨୦୨୫ - ୨୬ ର ତୃତୀୟ ତ୍ରୈମାସିକରେ ସର୍ବକାଳିନ ସର୍ବାଧ‌ିକ ୧୬୦୧ କୋଟି ଟଙ୍କାର ନିଟ ଲାଭ

ନାଲକୋ ର ଆର୍ଥିକ ବର୍ଷ ୨୦୨୫ - ୨୬ ର ତୃତୀୟ ତ୍ରୈମାସିକରେ ସର୍ବକାଳିନ ସର୍ବାଧ‌ିକ ୧୬୦୧ କୋଟି ଟଙ୍କାର ନିଟ ଲାଭ

ପ୍ରଥମ ୯ ମାସରେ ସର୍ବକାଳିନ ସର୍ବାଧୂକ ରେକର୍ଡ ୪୦୯୮ କୋଟି ଟଙ୍କା ଲାଭ

ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅନୁକୂଳ ବଜାର ଦ୍ବାରା ନାଲକୋର ରେକର୍ଡ ଉତ୍ପାଦନ ଏବଂ ବିକ୍ରୟ

ଭୁବନେଶ୍ବର, ତା ୩୦। ୦୧। ୨୦୨୬ ରଖ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୂନସୁ ନବରନ୍ ଉଦ୍ୟୋଗ ନ୍ୟାସନାଲ

ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ପକ୍ଷରୁ ଆର୍ଥକ ବର୍ଷ ୨୦୨୫ - ୨୬ ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ଡିସେମ୍ବର ୨୦୨୫ ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀର ନିଟ ଲାଭ ସର୍ବକାଳୀନ ସର୍ବାଧୂକ ୧୬୦୧ କୋଟି ଟଙ୍କା ହୋଇଥ‌ିବା ବେଳେ, ବିଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୧୫୮୩ କୋଟି ଟଙ୍କା ଥିଲା।

ଆଜି ଭୁବନେଶ୍ବରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ଆର୍ଥକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକରେ କମ୍ପାନୀର ମୋଟ ଆୟ ୪,୯୨୫ କୋଟି ଟଙ୍କା ହୋଇଥ‌ିବା ବେଳେ ଆର୍ଥକ ବର୍ଷ ୨୦୨୪- ୨୫ର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪,୭୬୧ କୋଟି ଟଙ୍କା ଥିଲା।

ଡିସେମ୍ବର ୨୦୨୫ ରେ ଶେଷ ହୋଇଥିବା ୯ ମାସର ଫଳାଫଳ ଅନୁସାରେ କମ୍ପାନୀର ମୋଟ କାରବାର ୧୨,୮୩୦ କୋଟି ଟଙ୍କା ସହ ନିଟ ଲାଭ ୪୦୯୮ କୋଟି ଟଙ୍କା ହୋଇଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ଯଥାକ୍ରମେ ୧୧,୫୨୦ ଏବଂ ୩,୨୪୬ କୋଟି ଟଙ୍କା ଥିଲା। ନିଟ ଲାଭ ପରିମାଣ ୨୬ ପ୍ରତିଶତ ବୃଦ୍ଧି ହେବା ସହ ମୋଟ କାରବାରରେ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକ ତଥା ୯ ମାସର କାରବାରରୁ ନାଲକୋ ସର୍ବକାଳିନ ସର୍ବାଧୂକ ଆୟ ଓ ଲାଭ ଅର୍ଜନର ରେକର୍ଡ ହାସଲ କରିଛି।

କର୍ମଚାରୀମାନଙ୍କୁ ଏହି ସଫଳତାର ଶ୍ରେୟ

ଦେବା ସହ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ମୂଲ୍ୟ ଅଗ୍ନିମାଇଜେସନ୍, ମାର୍ଜିନ୍ ପରିଚାଳନା ଏବଂ ଗୁଣବତ୍ତା ବୃଦ୍ଧି ଉପରେ ନିରନ୍ଧର ଗୁରୁତ୍ବ ଦ୍ବାରା ଏହି ଫଳାଫଳ ହାସଲ ହୋଇପାରିଛି। ଚଳିତ ତ୍ରୈମାସିକ ଫଳାଫଳ ମୁଖ୍ୟତଃ ଆଲୁମିନା ଏବଂ ଧାତୁ ବିକ୍ରିରେ ଅଭିବୃଦ୍ଧି ସହ କ୍ୟାପ୍ତିଭ କୋଇଲା ଖଣିର ବର୍ହିତ ଉପଯୋଗ ଏବଂ ଧାତୁ ବିକ୍ରିରୁ ବର୍ଷିତ ଲାଭାଂଶ ହାସଲ ଯୋଗୁଁ ସମ୍ଭବ ହୋଇଛି। ବର୍ତ୍ତମାନ, ନବସୃଜନ ଜନ, ଶିଳ୍ପ ୪.୦ କୌଶଳ ବ୍ୟବହାର, ଗବେଷଣା ତଥା ବିକାଶ ଏବଂ କାର୍ବନ ହ୍ରାସ, ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ ପରିସମାପ୍ତି ଦ୍ବାରା କମ୍ପାନୀ ଦୀର୍ଘକାଳୀନ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେଉଛି ବୋଲି, ସେ ସେ କହିଛନ୍ତି। ନାଲକୋ କୁ ବ୍ୟବସାୟ କ୍ଷେତ୍ରରେ ଉତ୍କର୍ଷ ହାସଲ ଦିଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଥିବା ସହଯୋଗ ଏବଂ ଓଡ଼ିଶା ସରକାରଙ୍କ ନିରନ୍ଧର ସମର୍ଥନ ନିମନ୍ତେ ଶ୍ରୀ ସିଂହ କୃତଜ୍ଞତା ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ ଆର୍ଥକ ବର୍ଷ ୨୦୨୫-୨୬ ନିମନ୍ତେ କମ୍ପାନୀ ପକ୍ଷରୁ ଇକ୍ରିଟି ସେୟାର ପ୍ରତି ୪, ୫୦ ଟଙ୍କାର ଦ୍ବିତୀୟ ଇଣ୍ଟେରିମ ଡିଭିଡେଣ୍ଡ ମଧ୍ୟ ଘୋଷଣା କରାଯାଇଛି ।