ନିଜ ପାଇଁ ବଞ୍ଚିବାର କିଛି ମାନେ ନାହିଁ, ଅନ୍ୟଙ୍କ ପାଇଁ ବଞ୍ଚନ୍ତୁ : ରାଷ୍ଟ୍ରପତି
ବ୍ରହ୍ମପୁର : ମହାମହିମଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪ ଦିନିଆ ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କହିଛନ୍ତି। ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି, ପ୍ରତ୍ୟେକ କ୍ଷେତ୍ରରେ ଲିଡ୍ କରୁଛନ୍ତି। ଦେଶ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା। ତେଣୁ ଦେଶର ବିକାଶ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ। ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ରର ଉତ୍ସବ ନୁହେଁ। ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ। ଜ୍ଞାନର ଅନ୍ତ ନାହିଁ, ଅନ୍ୟମାନଙ୍କ ପାଇଁ ନିଜ ଜ୍ଞାନର ଉପଯୋଗ କରନ୍ତୁ। ନିଜ ପାଇଁ ବଞ୍ଚିବାର କିଛି ମାନେ ନାହିଁ, ଅନ୍ୟଙ୍କ ପାଇଁ ବଞ୍ଚନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।