ରାଜଧାନୀରେ ଗିରଫ ହେଲେ ୯ ଆପାର୍ଟମେଣ୍ଟ ଲୁଟେରା
ଭୁବନେଶ୍ୱର : ଗିରଫ ହେଲେ ୯ ଆପାର୍ଟମେଣ୍ଟ ଲୁଟେରା । ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ଭୁବନେଶ୍ୱର କମିଶନରେଟ ପୋଲିସ୍ କୁ ମିଳିଛି ବଡ ସଫଳତା । ସୂଚନା ଅନୁସାରେ,ପ୍ରତିଦିନ ଲୁଟେରା ମାନେ ରାତିରେ ୧ଟା ରୁ୩ ମଧ୍ୟରେ ଲୁଟ କରୁଥିଲେ । ସେମାନଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ତିନୋଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହାପରେ ପୋଲିସ କବ୍ଜାରେ ଆସିଥିଲେ ୯ ଜଣ ଲୁଟେରା । କମିଶନରେଟ ପୋଲିସ୍ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ସୁନା ଅଳଙ୍କାର, ୪ମୋଟର ସାଇକେଲ ଓ ନଗଦ ୩ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ଏଥିସହ ଅଧିକ ପଚରଉଚରା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ।