ନୀତି ଆୟୋଗର ପୂର୍ଣ୍ଣ କାଳୀନ ସଦସ୍ୟ ଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ..

Apr 28, 2026 - 13:03
 5
ନୀତି ଆୟୋଗର ପୂର୍ଣ୍ଣ କାଳୀନ ସଦସ୍ୟ ଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ..

ନୀତି ଆୟୋଗର ପୂର୍ଣ୍ଣ କାଳୀନ ସଦସ୍ୟ ଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ... 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ନୂତନ ପୂର୍ଣ୍ଣକାଳୀନ ସଦସ୍ୟ ଡକ୍ଟର ଗୋବର୍ଦ୍ଧନ ଦାସଙ୍କୁ ଭେଟିଛନ୍ତି। 

ଏନେଇ ପ୍ରଧାନମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଡକ୍ଟର ଦାସଙ୍କ ବ୍ୟକ୍ତିଗତ ଜୀବନର ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ। 

ସେ ଜୀବନରେ ଯେଉଁ ସବୁ ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି, ତାହା ସମାଜର ସେବା କରିବା ଏବଂ ଲୋକଙ୍କୁ ଦୁଃଖକଷ୍ଟରୁ ମୁକ୍ତି ଦେବା ପାଇଁ ତାଙ୍କର ସଂକଳ୍ପକୁ ଆହୁରି ଦୃଢ଼ କରିଛି।

ତାଙ୍କର ଏହି ସେବା ମନୋଭାବ ଜନସ୍ୱାସ୍ଥ୍ୟ ଏବଂ ଇମ୍ୟୁନୋଲୋଜି (ରୋଗ ପ୍ରତିରୋଧକ ବିଜ୍ଞାନ) କ୍ଷେତ୍ରରେ ତାଙ୍କର ଅବଦାନରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ମୋଦୀ କହିଛନ୍ତି। 

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଡକ୍ଟର ଦାସଙ୍କ ବହୁମୁଖୀ କାର୍ଯ୍ୟ ଏବଂ ପାଣ୍ଡିତ୍ୟ ଦେଶର ନୀତି ନିର୍ଦ୍ଧାରଣ ବ୍ୟବସ୍ଥାକୁ ଆହୁରି ସମୃଦ୍ଧ କରିବ।