ନୂଆପଡା ଉପନିର୍ବାଚନ ଭୋଟ ଶେଷ...

Nov 12, 2025 - 12:35
 9
ନୂଆପଡା ଉପନିର୍ବାଚନ ଭୋଟ ଶେଷ...

ନୂଆପଡ଼ା : ସରିଲା ନୂଆପଡ଼ା ଭୋଟ। ଇଭିଏମରେ

ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ଉତ୍ସାହର ସହ ୩୫୮ ବୁଥରେ ହୋଇଛି ଭୋଟିଂ । ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସକାଳୁ ସକାଳୁ ବୁଥ୍ ଗୁଡିକରେ ଲମ୍ବା ଲାଇନ ଦେଖୁବାକୁ ମିଳିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ ହୋଇଛି । କାଁ ଭାଁ ବୁଥ୍ କୁ ଛାଡିଲେ ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି ।

 ଶୃଙ୍ଖଳିତ ଭୋଟିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବୟସ୍କ ଓ ମହିଳା ଭୋଟରଙ୍କ ପାଇଁ ସ୍ବେଚ୍ଛାସେବୀମାନେ ସହାୟତା କରିଥିଲେ । ଭିନ୍ନକ୍ଷମଙ୍କ ମଧ୍ୟ ସମସ୍ତ ସୁବିଧା କରାଯାଉଥିଲା । ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସଖୀ ବୁଥ ଗୁଡ଼ିକରେ ମାତୃକକ୍ଷର ବ୍ୟବସ୍ଥା କରାଯାଇଥିଲା ।ବ୍ୟାପକ ପଦକ୍ଷେପ ସତ୍ତ୍ବେ କାଁ ଭାଁ କିଛି କିଛି ସ୍ଥାନରେ ବିଭ୍ରାଟ ଦେଖୁବାକୁ ମିଳିଛି ।