ପଦ୍ମଶ୍ରୀ ବାଗ୍ମୀରଜତ କର ଙ୍କ ୯୩ତମ ଜୟନ୍ତୀ ଉତ୍ସବ...
ଏହି ଅବସରରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ, ଉଚ୍ଚନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶ୍ରୀ ସୂର୍ଯ୍ୟକାନ୍ତ ମିଶ୍ର,ପୂର୍ବତନ ସାଂସଦ ତଥା ଯଶସ୍ୱୀ ପୁରୁଷ କବି ଡଃ ପ୍ରସନ୍ନ ପାଟଶାଣୀ, ପୁରୀ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ଓଡିଆ ବିଶ୍ୱବିଦ୍ୟାଳୟ ତଥା ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଡଃ ସତ୍ୟ ନାରାୟଣ ଆଚାର୍ଯ୍ୟ ଓ ଇଂଜିନିୟର ଚନ୍ଦ୍ରଶେଖର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ
ପଣ୍ଡିତ ପ୍ରବର ତଥା ଜଗନ୍ନାଥ ଧର୍ମ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କର ଙ୍କ ବହୁ ମୁଖୀ ପ୍ରତିଭା ବିଷୟ ଆଲୋଚନା କରି ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।
ସଭାପତିତ୍ୱ କରିଥିଲେ ଶ୍ରୀ ମନମୋହନ ପ୍ରହରାଜ।
ସଭା ପରିଚାଳନା କରିଥିଲେ ବାଗ୍ମୀ ରଜତ କର ଙ୍କ ନାତି ଡାକ୍ତର ଅଂଶୁମାନ କର।
ଏହି ପଵିତ୍ର ଉତ୍ସବରେ , କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ଓ ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପତ୍ରିକା ସତ୍ୟମ୍ ସୁନ୍ଦରମ୍ ପ୍ରକାଶନ ପରିବାର ପକ୍ଷରୁ ଏହାର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଇଂଜିନିୟର ଜିତେନ କୁମାର ରାଉତରାୟ ,ସଂଗଠକ ଇଂଜିନିୟର ନିର୍ମଳ ବେହେରା ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଅମୁଲ୍ୟ ସ୍ୱାଇଁ ପ୍ରମୁଖ ଯୋଗଦେଇ ସେହି ପ୍ରଣମ୍ୟ ପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।,
ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷାବିତ୍ ସୁମନ କର,ଶ୍ରୀ ହୃଷୀକେଶ ବେହେରା