ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ୧୫୦ ତମ ଜନ୍ମ ଜୟନ୍ତୀ...

Dec 22, 2025 - 08:42
 9
ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ୧୫୦ ତମ ଜନ୍ମ ଜୟନ୍ତୀ...

(ଆବିର୍ଭାବ ୧୮୭୫ - ୧୯୨୮ ତିରୋଧାନ)

ଚିର ସୌନ୍ଦର୍ଯ୍ୟମୟୀ ପଲ୍ଲୀପ୍ରକୃତି ଓ ସରଳ ପଲ୍ଲୀଜୀବନ ନିଖୁଣ ଚିତ୍ର ରେ ଚିତ୍ରିତ ତାଙ୍କର କାବ୍ଯ ବିଭବ ଓଡ଼ିଆ ସାହିତ୍ୟର ଶାଶ୍ୱତ ସମ୍ପଦ l 

ଅଭିନବ କାବ୍ୟରୂପ ପ୍ରଦାନ କରି ସେ ନିଜର ଅସାଧାରଣ ସୃଜନ ଶକ୍ତିର ପରିଚୟ ଦେଇଛନ୍ତି l ଶିଶୁ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଶୀର୍ଷ ସ୍ଥାନରେ ଅଧିଷ୍ଠିତ l 

ତାଙ୍କର ରଚନା ବଳୀ ମଧ୍ୟରେ ପଲ୍ଲୀଚିତ୍ର, ନିର୍ଝରିଣୀ,ନାନାବାୟା ଗୀତ, ସନ୍ଧ୍ୟା ସଙ୍ଗୀତ, ଶର୍ମିଷ୍ଠା ଆଦି କାବ୍ୟଗ୍ରନ୍ଥ, କନକଲତା ଉପନ୍ୟାସ, ଛନ୍ଦାମାଳା ଆଦି ବହୁ ଲୋକ ସାହିତ୍ୟ ସୃଷ୍ଟି ଓ ପ୍ରସାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ ଅଟେ l 

ପଲ୍ଲୀର ଚିତ୍ର ପଲ୍ଲୀ ଛନ୍ଦରେ ପଲ୍ଲବିତ କବି ନନ୍ଦ କିଶୋରେ ବଳ। 

ଜନ୍ମ ରୁପସୀ ବିରୂପା ତଟ ସଂସ୍କୃତି ସମ୍ପନ୍ନ କୁସୁପୁର ଗାଁ ମାଟି ରେ....ହଜିଯାଉଥିବା ଛବିକୁ ଅପୂର୍ବ ସୁଲଳିତ ଛନ୍ଦରେ ଆଙ୍କିଥିଲେ ସେ।  

ସେହି ମହାନ ପବିତ୍ର ଆତ୍ମା ତଥା "ବିଶିଷ୍ଟ ପଲ୍ଲୀ ଜୀବନ ର ରୂପକାର ପଲ୍ଲୀକବି ନନ୍ଦ କିଶୋର ବଳ" ଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ନିଜ ଜନ୍ମମାଟି କୁସୁପୁର ସମେତ ମାହାଙ୍ଗା ତଥା ସାରା ଓଡ଼ିଶା ମାଟି ଆଜି ଉତ୍ସବ ମୁଖରିତ ହୋଇଅଛି 

ବିନମ୍ର ଶ୍ରଦ୍ଧାଞ୍ଜଳୀ