ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା
ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ବାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି; ନିଷ୍ପତ୍ତର ଲକ୍ଷ୍ୟ ଏଲପିଜି ଉପଲବ୍ଧତାରେ ସୁଧାର ଆଣିବା
ଏଲପିଜି ସିଲିଣ୍ଡର ବୁକ୍ କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି
ସମ୍ଭବ ହେଲେ ପିଏନଜି ବାଛିବାକୁ ନାଗରିକମାନଙ୍କୁ ଉତ୍ସାହିତ କରାଯାଇଛି
ମହଜୁଦକାରୀ ଏବଂ କଳାବଜାର ଯାଞ୍ଚ କରିବା ପାଇଁ ବିଭିନ୍ନ ରାଜ୍ୟରେ ଚଢାଉ କରାଯାଉଛି
ପରିସ୍ଥିତି ଉପରେ ନଜର ରଖୁବା ପାଇଁ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି; ଅନ୍ୟମାନେ ଏହା କରିବାର ପ୍ରକ୍ରିୟାରେ ଅଛନ୍ତି
ଫୁଜୈରାହ ଟର୍ମିନାଲ ଘଟଣା ପରେ ଭାରତୀୟ ଜାହାଜ ଜଗ ଲାଡକି ସୁରକ୍ଷିତ ଭାବରେ ଭାରତ ଅଭିମୁଖେ ଯାତ୍ରା କରିଛି
ଦେଶ ସାରା ବନ୍ଦରଗୁଡ଼ିକ ଜାହାଜ ଚଳାଚଳ ଏବଂ କାର୍ଗୋ ପରିଚାଳନା ଉପରେ ନଜର ରଖୁଛନ୍ତି
ପଶ୍ଚିମ ଏସିଆରେ ଭାରତୀୟ ମିଶନ ୨୪ ଘଣ୍ଟିଆ ହେଲ୍ସ ଲାଇନ୍ ପରିଚାଳନା କରୁଛନ୍ତି ଏବଂ ପ୍ରବାସୀ ଭାରତୀୟଙ୍କୁ ସହାୟତା କରୁଛନ୍ତି
ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖ୍ ଭାରତ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। ଏଗୁଡ଼ିକ ଶକ୍ତି ଯୋଗାଣ ପରିଚାଳନା, ସାମୁଦ୍ରିକ କାର୍ଯ୍ୟକଳାପ, ସ୍ଥାନୀୟ ଅଞ୍ଚଳରେ ଭାରତୀୟ ନାଗରିକଙ୍କ କଲ୍ୟାଣ ଏବଂ ସାଧାରଣ ଯୋଗାଯୋଗ ପଦକ୍ଷେପ ସହ ଜଡିତ ।