ପୁରୀ ଏକ୍ସପ୍ରେସ ରେ ନୂଆ ସୁବିଧା ଯୋଗାଇ ଦେଲେ ପୂର୍ବତଟ ରେଳପଥ

Sep 2, 2025 - 08:54
 17
ପୁରୀ ଏକ୍ସପ୍ରେସ ରେ ନୂଆ ସୁବିଧା ଯୋଗାଇ ଦେଲେ ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଷିତ ଚାହିଦାକୁ ଦୃଷ୍ଟିରେ ରଖ୍ ଟ୍ରେନ ନଂ 12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧୂତ ଟ୍ରେନ୍ କୋଚ୍ ସଂଖ୍ୟା ବୃଦ୍ଧି 1 ସେପ୍ଟେମ୍ବର 2025 ରୁ ପୁରୀରୁ ଏବଂ 2 ସେପ୍ଟେମ୍ବର 2025 ରୁ ବାଙ୍ଗିରିପୋସିରୁ କାର୍ଯ୍ୟକାରୀ ହେବ, ଟ୍ରେନର ସଂଶୋଧୂତ ସାରାଂଚନା ଦ୍ବାରା ଅଧୂକ ଆସନ କ୍ଷମତା ବୃଦ୍ଧି ପାଇବା ସହିତ ଆରାମଦାୟକ ଯାତ୍ରା ପ୍ରଦାନ କରିବ।

ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ ସଂଶୋଧୂତ କୋଚ୍ ସଂରଚନା:

01ଟି ଏସି ଶ୍ରେଣୀ ଚେୟାର କାର୍

07ଟି ନନ୍-ଏସି ଶ୍ରେଣୀ ଚେୟାର କାର୍

05ଟି ଜେନେରାଲ ଶ୍ରେଣୀ ଚେୟାର କାର୍

02ଟି ଲଗେଜ୍-କମ୍-ଚେୟାର କାର୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ)

ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧୂକ ଆରାମଦାୟକ ଯାତ୍ରା ଏବଂ ଅଧୂକ ଆସନ ବ୍ୟବସ୍ଥା ପ୍ରଦାନ କରିବ।