ପୁଅ ମାଡ଼ରେ ଚାଲିଗଲା ବାପାର ଜୀବନ

ସମ୍ବଲପୁର : ପୁଅ ମାଡ଼ରେ ଚାଲିଗଲା ବୃଦ୍ଧ ବାପାର ଜୀବନ। ଏଭଳି ଅମାନୁଷିକ ଘଟଣା ସମ୍ବଲପୁର ସଦର ଥାନା ଘେନୁପାଲି ଗାଁରେ ଘଟିଛି । ବୃଦ୍ଧ ବାପକୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ପୁଅ। ସମ୍ବଲପୁର ସଦର ଥାନା ଘେନୁପାଲି ଗାଁରେ ପୁଅ ମାଡ଼ରେ ବାପା ମୃତ। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଧୀରେ ଧୀରେ ସେହି ଝଗଡା ଉଗ୍ର ରୂପ ନେଇଥିଲା ପୁଅ ରାଗି ଯାଇ ବାପାଙ୍କୁ ପ୍ରବଳ ମାଡ ମାରିଥିଲା। ପ୍ରବଳ ମାଡ ଫଳରେ ବୃଦ୍ଧ ବାପା ଅଚେତ ହୋଇଯାଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା ପରେ ମୃତ୍ୟୁ ଘୋଷଣା କରିଥିଲେ। ତେବେ ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।

ପୁଅ ମାଡ଼ରେ ଚାଲିଗଲା  ବାପାର ଜୀବନ