ପ୍ରତ୍ୟକ ଭାରତୀୟ ଆତ୍ମନିର୍ଭରଶୀଳହେବା ଉଚିତ ବୋଲି ଗୃହ ମନ୍ତ୍ରୀ ଅମିତ ସାହା କହିଛନ୍ତି

Sep 22, 2025 - 22:22
 4
ପ୍ରତ୍ୟକ ଭାରତୀୟ ଆତ୍ମନିର୍ଭରଶୀଳହେବା ଉଚିତ ବୋଲି ଗୃହ ମନ୍ତ୍ରୀ ଅମିତ ସାହା କହିଛନ୍ତି

ମାଆ ଓ ଭଉଣୀମାନଙ୍କ ପାଇଁ ନେକ୍ସଟଜେନ୍ ଜିଏସଟି ସଂସ୍କାର ହେଉଛି ମୋଦୀ ସରକାରଙ୍କ ଉପହାର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ଦେଇଥିବା ଜିଏସଟି ସଂସ୍କାରର ପ୍ରତିଶୃତି ଆଜିଠୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି

୩୯୦ରୁ ଅଧୂକ ସାମଗ୍ରୀ ଉପରେ ଜିଏସଟିରେ ଐତିହାସିକ ହ୍ରାସ କରାଯାଇଛି

ଏକ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ସାକାର କରିବାରେ ନେକ୍ସଟଜେନ୍ ଜି ଏସ୍ ଟି ସଂସ୍କାର ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ

ନେକ୍ସଟଜେନ୍ ଜିଏସଟି ସଂସ୍କାର ଗରିବ, ଯୁବକ, କୃଷକ ଏବଂ ମହିଳାମାନଙ୍କ ସେବା ପାଇଁ ମୋଦୀ ଜୀଙ୍କ ଦୃଢ଼ ସଂକଳ୍ପର ଏକ ପ୍ରମାଣ

ଅନେକ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଶୂନ୍ୟ ଜିଏସଟି ହେଉ କିମ୍ବା ସାବୁନ, ଟୁଥବ୍ରଶ ଏବଂ ସାମ୍ପୁ ଭଳି ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ହ୍ରାସ ହେଉ, ଏହି ସଂସ୍କାର ସମାଜର ପ୍ରତ୍ୟେକ ବର୍ଗ ପାଇଁ ଏକ ଉପହାର ଆଣିଦେଇଛି

କୃଷି, ସ୍ବାସ୍ଥ୍ୟସେବା, ବୟନ ଶିଳ୍ପ ଏବଂ ମନୁଷ୍ୟକୃତ ତନ୍ତୁ ଭଳି କ୍ଷେତ୍ରରେ ଜିଏସଟି ହ୍ରାସ କରି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଏକ ପଦକ୍ଷେପ ଗ୍ରହଣ କରାଯାଇଛି

ଖାଦ୍ୟ ଏବଂ ଘରୋଇ ସାମଗ୍ରୀ, ଗୃହ ନିର୍ମାଣ ସାମଗ୍ରୀ, ଅଟୋମୋବାଇଲ, କୃଷି, ସେବା, ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ବୀମା ଭଳି କ୍ଷେତ୍ର ଉପରେ ଜିଏସଟିରେ ରିହାତି ଲୋକମାନଙ୍କ ଜୀବନରେ ଆନନ୍ଦ ଆଣିବ ଏବଂ ସେମାନଙ୍କ ସଞ୍ଚୟ ବୃଦ୍ଧି କରିବ

ସମସ୍ତେ ନିଜ ଦୈନନ୍ଦିନ ବ୍ୟବହାରରେ ସ୍ବଦେଶୀ ଉତ୍ପାଦକୁ ଗ୍ରହଣ କରିବା ଉଚିତ, ପ୍ରତ୍ୟେକ ଘରକୁ ଆତ୍ମନିର୍ଭରଶୀଳତାର ପ୍ରତୀକ କରିବା ଉଚିତ ଏବଂ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା ଉଚିତ