ପ୍ରତ୍ୟେକ ଚିନ୍ତା ଆମକୁ କହିଥାଏ– _“ସବୁକିଛି ମୋତେ ହିଁ ସମ୍ଭାଳିବାକୁ ପଡ଼ିବ।...”_
କିନ୍ତୁ ପ୍ରତ୍ୟେକ ସମର୍ପଣ ଆମକୁ ଅନୁଭବ କରାଏ– _“ଏବେ ସବୁକିଛି ପରମାତ୍ମାଙ୍କ ହାତରେ ଅଛି।”_
ପରମାତ୍ମା ଆମକୁ ଚିନ୍ତାର ବୋଝ ବୋହିବା ପାଇଁ ନୁହେଁ, ବରଂ ତାଙ୍କ ଉପରେ ବିଶ୍ୱାସ ରଖିବା ପାଇଁ ଆହ୍ୱାନ କରିଛନ୍ତି।
ଯେଉଁ ମୂହୁର୍ତ୍ତରେ “ *ମୋର* ” ବଦଳି “ *ତୁମର* ” ହୋଇଯାଏ, ସେହି କ୍ଷଣରୁ ହିଁ ଆତ୍ମା ନିଜକୁ ହାଲୁକା ଅନୁଭବ କରିବାକୁ ଲାଗେ...।
ଚିନ୍ତା ଧୀରେ ଧୀରେ ଦୂର ହେବାକୁ ଲାଗେ ଏବଂ ଆତ୍ମା ନିଜର ମୂଳ ସ୍ୱରୂପ–ଶାନ୍ତିର ଅନୁଭବ କରିବାକୁ ଲାଗେ।
ନିଶ୍ଚିନ୍ତ ସମ୍ରାଟ ସେ ନୁହେଁ, ଯାହାର ଜୀବନରେ କୌଣସି ଚ୍ୟାଲେଞ୍ଜ ଅବା ବାଧାବିଘ୍ନ ଆସେ ନାହିଁ...।
ପରନ୍ତୁ ନିଶ୍ଚିନ୍ତ ସମ୍ରାଟ ସେହି ବ୍ୟକ୍ତି ଅଟେ, ଯିଏ ନିଜର ପ୍ରତ୍ୟେକ ଚିନ୍ତା ପରମାତ୍ମାଙ୍କୁ ସମର୍ପି ଦେଇଛନ୍ତି।
ତା’ପରେ କପାଳରେ ଚିନ୍ତାର ରେଖା ନୁହେଁ, ବରଂ ଆତ୍ମିକ ପ୍ରକାଶ ଦେଖାଯାଏ। କାରଣ ଯେଉଁଠାରେ ସମର୍ପଣ ଥାଏ, ସେଠାରେ ଶାନ୍ତି, ବିଶ୍ୱାସ ଓ ଈଶ୍ୱରୀୟ ଆନନ୍ଦ ସ୍ୱତଃ ପ୍ରକାଶିତ ହେବାକୁ ଲାଗେ।
????ଆଜି କେବଳ ଗୋଟିଏ ପରିବର୍ତ୍ତନ କରନ୍ତୁ* —
“ମୋର”କୁ “ତୁମର” କରିଦିଅନ୍ତୁ। ନିଜର ସମସ୍ତ ଚିନ୍ତା ପରମାତ୍ମାଙ୍କୁ ସମର୍ପଣ କରିଦିଅନ୍ତୁ। ଏବଂ ନିଜର ଶାନ୍ତି, ହାଲୁକାପଣ ଓ ନିଶ୍ଚିନ୍ତତାକୁ ପୁଣିଥରେ ନିଜର କରିନିଅନ୍ତୁ |