ପ୍ରେମର କାହାଣୀ ଗଢିଲା ସାମାଜିକ ବିବାହ...
ଜଣେ କିନ୍ନର, ଆଉ ଜଣେ ଯୁବକ
ପ୍ରେମର କାହାଣୀ ଗଢିଲା ସାମାଜିକ ବିବାହ...
ଜଣେ କିନ୍ନର, ଆଉ ଜଣେ ଯୁବକ
ଅଳ୍ପ ଅଳ୍ପ କଥାରୁ ଦୁଇଜଣଙ୍କ ଭିତରେ ପ୍ରଥମେ ପଡ଼ିଥିଲା ବନ୍ଧୁତ୍ୱର ମୂଳଦୁଆ
ତା ପରେ ହୋଇଗଲା ପ୍ରେମର ସମ୍ପର୍କ
ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ, ପ୍ରେମ ଶାଶ୍ଵତ ଆଉ ପବିତ୍ର।
ପ୍ରେମ ସପ୍ତାହରେ କିନ୍ନର କଲେ ବିବାହ
କିନ୍ନର ପ୍ରିୟଙ୍କା ଙ୍କ ସିନ୍ଥିରେ ରବି ଡାକୁଆ ଲଗେଇଲେ ପ୍ରେମର ସିନ୍ଦୂର।
ବୋହୁଚର ଦେବୀ ପୀଠରେ ମା ଙ୍କୁ ସାକ୍ଷୀ ରଖି ଉଭୟ କଲେ ବିବାହ
ପ୍ରେମ ସପ୍ତାହକୁ ଜୀବନ୍ତ କରି ହେଲେ ସାତ ଜନ୍ମ ସାଥି
ବିବାହକୁ ସ୍ବୀକୃତି ଦେଇ କନ୍ୟାଦାନ କରିଥିଲେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ା
ସାତ ଜନ୍ମ ପାଇଁ ସାଙ୍ଗରେ ରହିବା ସହ ହସ ଖୁସିରେ ଜୀବନ ବିତାଇବାକୁ ଦେଇଥିଲେ ଉଭୟଙ୍କୁ ପରାମର୍ଶ।