ପ୍ରେସ୍ ଇସ୍ତାହାର

Apr 28, 2026 - 21:32
 4
ପ୍ରେସ୍ ଇସ୍ତାହାର

ଉତ୍କଳ ଗୌରବ ମଧୁସୂଦନ ଦାସ ୨୮ ଏପ୍ରିଲ ୧୮୪୮ ମସିହାରେ କଟକର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ । । ସେ ସେ ଥିଲେ ଏକାଧାରରେ ଆଇନଜୀବୀ, ସମାଜ ସଂସ୍କାରକ, ଲେଖକ ତଥା ସ୍ବାଧ୍ୱନତାସଂଗ୍ରାମୀ I ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିବା ସହ କଟକ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ନାମରେ ଏକ ସଂଗଠନ ଗଢିଥିଲେ । ୧୮୮୨ ମସିହାରେ କଟକ ସହରରେ ଏକ ଅନୁଷ୍ଠାନ ଗଢିଥିଲେ ଯାହାର ନାମ ଉତ୍କଳ ସଭା । ତା ୨୮.୪.୨୦୨୬ରିଖ ଅପରାହ୍ନ ୩.୩୦ ଘଟିକା ସମୟରେ ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି ।

ଏହି ଜୟନ୍ତୀ ଅବସରରେ ମୁଖ୍ୟ ଅତିଥ୍ ଭାବେ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ପ୍ରାକ୍ତନ ସଚିବ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମୁଖ୍ୟ ଆୟୁକ୍ତ, ଆୟକର ବିଭାଗ ତାଙ୍କ ଅଭିଭାଷଣରେ କହିଥିଲେ ମୁଁ ପ୍ରଥମେ ଓଡ଼ିଆ ପରେ ଭାରତୀୟ ଏ ଡାକରା ଦେଇଥିଲେ ନବ ଉତ୍କଳର ଜନ୍ମଦାତା ଉତ୍କଳ ଗୌରବ ମଧୁସୂଦନ ଦାସ । ଲାଟ ସାହେବ ଲାଟ ସଭାରେ ତାଙ୍କ ବାଲ୍ମିତାରେ ମୁଗ୍ଧ ହୋଇ ତାଙ୍କୁ ଉପାଧ୍ ଦେଲେ ମଃ କାଟୋ -କାଟୋ ଥିଲେ ବ୍ରିଟିଶ ପାର୍ଲିଆମେଣ୍ଟର ଜଣେ ବରିଷ୍ଠ ସଭ୍ୟ ଓ ପ୍ରଚଣ୍ଡ ଧୀମାନ ବାଗ୍ମୀ ପୁରୁଷ । ବରେଣ୍ୟ ଅତିଥିଭାବେ ଡ. ସଂଗ୍ରାମ ଜେନା ବିଶିଷ୍ଟ ଲେଖକ ତଥା ପ୍ରାକ୍ତନ ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ମଧୁସୂଦନ ଦାସ ଓଡ଼ିଆଙ୍କ ତ୍ରାଣକର୍ତା ହେଲେ ମଧ୍ୟ ସେ ସେକାଳର ଓଡ଼ିଆଙ୍କ ପାଇଁ ଥିଲେ ଜଣେ ଅତ୍ୟନ୍ତ ଦୁର୍ବୋଧ୍ଯ ଚରିତ୍ର । ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମଧୁବାବୁ ଭାରତ ସରକାରଙ୍କ “ସଲ୍ଟ ଟ୍ୟାକ୍ସ "ବା ଲୁଣ ଟିକସ ନୀତିର ବିରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମର ଅନ୍ୟତମ ବରେଣ୍ୟ ଅତିଥ୍ ଡ. ଜୟନ୍ତୀ ରଥ ବିଶିଷ୍ଟ ଲେଖକା ଓ ପ୍ରାକ୍ତନ ଅକ୍ଷକ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତାଙ୍କ ବକ୍ତବ୍ୟରେ ମଧୁବାବୁଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ I ସେ ଥିଲେ ସ୍ବାଭିମାନି ଓ ତାଙ୍କ ବିଚକ୍ଷଣତାର ପଟାନ୍ତର ନଥିଲା I ଅନ୍ୟତମ ବରେଣ୍ୟ ଅତିଥ୍ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମଧୁବାବୁ କେବଳ ଓଡ଼ିଆ ଜାତି ପାଇଁ ଗର୍ବ ନଥିଲେ ବରଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଲେଖନୀ ଚାଳନା ଥିଲା ଅତ୍ୟନ୍ତ ଗୁରୁତ୍ବପୁର୍ଣ ।

ମୁଖ୍ୟ ବକ୍ତା ଡ . ଶକୁନ୍ତଳା ବଳିଆରସିଂ ବିଶିଷ୍ଟ ଲେଖ୍କା ତାଙ୍କ ବକ୍ତବ୍ୟରେ କହିଥିଲେ ମଧୁବାବୁଙ୍କ ବିଚକ୍ଷଣ ବୁଦ୍ଧି ଓ ଦୂରଦ୍ରଷ୍ଟା କୂଟନୈତିକ ରାଜନୀତି ହେତୁ ଆଜି ଆମେ ଓଡିଆମାନେ ଭାରତର ଏକ ସ୍ବତନ୍ତ୍ର ଐତିହାସିକ ପରିଚୟପ୍ରାପ୍ତ ସ୍ବାଭିମାନୀ ଜାତି ରୂପେ ଠିଆ ହେବାକୁ ସମର୍ଥ ହୋଇପାରିଛି ।

ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାରତୀ ପାଲ୍ ସଭା ପରିଚଳନା କରିଥିଲେ ।