ଫିଲିପାଇନ୍ସ ରେ ସାମୁଦ୍ରିକ ଝଡ଼ର ତାଣ୍ଡବ ଲୀଳା...

Nov 11, 2025 - 11:00
 17
ଫିଲିପାଇନ୍ସ ରେ ସାମୁଦ୍ରିକ ଝଡ଼ର ତାଣ୍ଡବ ଲୀଳା...

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ

ଝଡ଼ ‘ଫୁଙ୍ଗ-ୱଙ୍ଗ୍' । ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ । ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ପବନ ବହିଥିଲା । ପ୍ରଭାବରେ ସମୁଦ୍ରରେ ୫ ମିଟର ଉଚ୍ଚର ଜୁଆର ବି ଆସିଥ୍‌ଲା । ୧୬ ଶହ କିଲୋମିଟର ଯାଏ ମହାବାତ୍ୟାର ପ୍ରଭାବ ଦେଖୁବାକୁ ମିଳିଛି । ଫିଲିପାଇନ୍ସର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳକୁ ଆଚ୍ଛଦିତ କରିଛି ‘ଫୁଙ୍ଗ-ୱଙ୍ଗ୍' । ଲ୍ୟାଣ୍ଡଫଲ ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ୧୩ ତାରିଖରେ ତାଇୱାନର ପଶ୍ଚିମ ଉପକୂଳରେ ପ୍ରଭାବ ପକାଇବ ।

ମହାବାତ୍ୟାରେ ଏ ଯାଏ ୨ ଜଣଙ୍କ ମୃତ୍ୟୁ ହୋଇଥିବା

ସୂଚନା ରହିଛି । ପୂର୍ବରୁ ଦୋର ବିଭିନ୍ନ ଅଞ୍ଚଳର ୧୦

ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତର କରାଯାଇଛି।

୩୦୦ରୁ ଅଧୂକ ଘରୋଇ ଓ ଅର୍ନ୍ତଜାତୀୟ ବିମାନ ଉଡ଼ାଣ

ବାତିଲ ହୋଇଛି । ଆଜି ସ୍କୁଲ ଓ କଲେଜକୁ ଛୁଟି

ଘୋଷଣା କରାଯାଇଛି । ଫୁଙ୍ଗ୍ ୱାଙ୍ଗ୍ ପ୍ରଭାବରେ

ପୂର୍ବାଞ୍ଚଳରେ ଅନେକ ସହର ଓ ଗାଁରେ ବିଦ୍ୟୁତ ସେବା

ଠପ ହୋଇଛି । ପ୍ରଥମେ କାଳମେଗୀ ଝଡ଼ ତୋଫାନ

କୋପରେ ଛାରଖାର ହୋଇଛି ଫିଲିପାଇନ୍ସ । ୨୦୪

ଜଣଙ୍କର ମୃତ୍ୟୁ ହୋଇଥିଲା । ୫ ଲକ୍ଷରୁ ଅଧୂକ ଲୋକ

ସ୍ଥାନାନୁରିତ ହୋଇଥିଲେ। ଫଙ୍ଗ-ୱଙ୍ଗ ହେଉଛି ଚଳିତ

ବର୍ଷ ଫିଲିପାଇନ୍ସରେ ଆସିଥିବା ୨୧ତମ ଝଡ଼।