ବରିଷ୍ଠ ସମାଜ ସେବୀ ସୁଷମା ମଞ୍ଜରୀଙ୍କ ଙ୍କ ଦ୍ବାଦଶଃ ଭୁ ବ ନେ ଶ୍ବ ର, ଜଗତସିଂହପୁର

Jan 28, 2026 - 12:09
 7
ବରିଷ୍ଠ ସମାଜ ସେବୀ ସୁଷମା ମଞ୍ଜରୀଙ୍କ ଙ୍କ ଦ୍ବାଦଶଃ ଭୁ ବ ନେ ଶ୍ବ ର, ଜଗତସିଂହପୁର

ବରିଷ୍ଠ ସମାଜ ସେବୀ ସୁଷମା ମଞ୍ଜରୀଙ୍କ ଙ୍କ ଦ୍ବାଦଶଃ ଭୁ ବ ନେ ଶ୍ବ ର, ଜଗତସିଂହପୁର

କନକପୁର ସ୍ଥିତ ମହମ୍ମଦପୁର ନିବାସୀ ତଥା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ମଂଚଅଭିନେତା ସୁବାସ ଚନ୍ଦ୍ର ପଣ୍ଡାଙ୍କ ମାତା ସୁଷମା ମଞ୍ଜରୀ ପଣ୍ଡାଙ୍କ ଦ୍ବାଦଶାହ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତା ପଣ୍ଡା ଜଣେ ସରଳ, ପରୋପକାରୀ, ମିଷ୍ଠଭାଷୀ ବ୍ୟକ୍ତିତ୍ଵର ଅଧୂକାରିଣୀ ସହିତ ନିଜର ପିଲାମାନଙ୍କୁ ନୈତିକ ମୂଲ୍ୟବୋଧ, ସଂସ୍କାର ଶିକ୍ଷା ସହିତ ପୁଜ୍ୟପୂଜାକୁ ଗୁରୁତ୍ବ ଦେଉଥିଲେ ବୋଲି ଶିକ୍ଷାବିତ ସୁକାନ୍ତ ପଣ୍ଡା, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ମୁଖପାତ୍ର, ଅରବିନ୍ଦ ତ୍ରି ପାଠୀ, ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ, ଆଦ୍ୟାଶକ୍ତି ପଣ୍ଡା ପ୍ରମୁଖ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି ଥିଲେ । ବ୍ରହ୍ମେଶ୍ଵର ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ତରଫରୁ କବିତା, ରବିନାରାୟଣ, ସୂର୍ଯ୍ୟନାରାୟଣ, ସୁଷମା, ସବିତା, ମନୋରଞ୍ଜନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ