ବାଣ କାରଖାନା ବିସ୍ଫୋରଣ ଘଟଣାରେ ୩ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସ୍ଥିତ ହରଦା ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫ୍ୟାକ୍ଟ୍ରି ମାଲିକ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ୩ ଅଭିଯୁକ୍ତ ରାଜେଶ ଅଗ୍ରୱାଲ , ସୋମେଶ ଅଗ୍ରୱାଲ ଓ ରଫିକ ଖାନ୍ ବୋଲି ଜଣାପଡିଛି। ଅଭିଯୁକ୍ତ ରାଜେଶ ଅଗ୍ରୱାଲ କାରରେ ଦିଲ୍ଲୀ ଫେରାର ହେବାକୁ ଯୋଜନାରେ ଥିବାବେଳେ ପୁଲିସ ରାଜଗଢ ଜିଲ୍ଲାର ସାରଙ୍ଗପୁରରୁ ଗିରଫ କରିଛି।ତେବେ​‌ ପୁଲିସ ଏମାନଙ୍କ ବିରୋଧରେ ୩୦୪, ୩୦୮ ଓ ୩୪ ଆଇପିସି ଦଫା ଲଗାଇବା ସହ ଜେରା କରୁଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା​‌ କରିଛନ୍ତି।

ବାଣ କାରଖାନା ବିସ୍ଫୋରଣ ଘଟଣାରେ ୩ ଗିରଫ