ସେମିକନ୍ ଇଣ୍ଡିଆ ସମ୍ମିଳନୀ-୨୦୨୫ର ଶୁଭାରମ୍ଭ
ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତର ଅଗ୍ରଗତି ଅସାଧାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀରେ ଯଶୋଭୂମିରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ-୨୦୨୫’ କନଫରେନ୍ସରେ ଭାରତର ବିଶ୍ୱବ୍ୟାପୀ ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତର ଅଗ୍ରଗତି ଅସାଧାରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀରେ ଯଶୋଭୂମିରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ-୨୦୨୫’ କନଫରେନ୍ସରେ ଭାରତର ବିଶ୍ୱବ୍ୟାପୀ ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ତିନି ଦିନର କାର୍ଯ୍ୟକ୍ରମରେ ୪୮ଟି ଦେଶରୁ ୨,୫୦୦ରୁ ଅଧିକ ପ୍ରତିନିଧି, ୧୫୦ରୁ ଅଧିକ ସ୍ପିକର ଯୋଗଦେଇଛନ୍ତି । ମୋଦୀ କହିଛନ୍ତି, ବିଶ୍ୱ ଭାରତକୁ ବିଶ୍ୱାସ କରେ ଏବଂ ସେମିକଣ୍ଡକ୍ଟର୍ର ଭବିଷ୍ୟତ ନିର୍ମାଣ ପାଇଁ ପ୍ରସ୍ତୁତ । ଏହି କନ୍ଫରେନ୍ସରେ ସେମିକଣ୍ଡକ୍ଟର୍ ଫ୍ୟାବ୍, ଆଡଭାନ୍ସଡ୍ ପ୍ୟାକେଜିଂ, ଏଆଇ, ଆର୍ ଏଣ୍ଡ୍ ଡି, ସ୍ମାର୍ଟ୍ ମ୍ୟାନୁଫ୍ୟାକ୍ଚରିଂ ଏବଂ ନିବେଶ ସୁଯୋଗ ଉପରେ ଚର୍ଚ୍ଚା ହେବ । ଭାରତର ସେମିକଣ୍ଡକ୍ଟର୍ ବଜାର ୨୦୩୦ ସୁଦ୍ଧାରେ ୧୦୦-୧୧୦ ବିଲିୟନ୍ ଡଲାର୍ରେ ପହଞ୍ଚିବାକୁ ଅନୁମାନ କରାଯାଉଛି । ଏହା ଭାରତକୁ ବିଶ୍ୱର ପରବର୍ତ୍ତୀ ସେମିକଣ୍ଡକ୍ଟର୍ ଶକ୍ତିକେନ୍ଦ୍ରରେ ପରିଣତ କରିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋଦୀଙ୍କୁ ପ୍ରଥମ ଭାରତରେ ନିର୍ମିତ ଚିପ୍ ପ୍ରଦାନ କରିଛନ୍ତି । ବୈଷ୍ଣବ ମଧ୍ୟ ମୋଦୀଙ୍କୁ ବିକ୍ରମ ୩୨-ବିଟ୍ ପ୍ରୋସେସର ଏବଂ ଚାରୋଟି ଅନୁମୋଦିତ ପ୍ରକଳ୍ପର ପରୀକ୍ଷା ଚିପ୍ ପ୍ରଦାନ କରିଛନ୍ତି ।