ବିଜେଡି ଓ ବିଜେପି ମେଣ୍ଟ ହେଲେ କଂଗ୍ରେସ ସରକାର ଗଢିବ : ସୁରେଶ ରାଉତରାୟ

ଭୁବନେଶ୍ୱର: କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଏଥର ୯୬ ବିଧାୟକ ଓ ୧୧ ସାଂସଦ ଜିତିବେ । ୮୦ ଭାଗ ଯୁବକ ଯୁବତୀ କଂଗ୍ରେସରୁ ନିର୍ବାଚନ ଲଢିବେ । ଖୁବ୍ ଶୀଘ୍ର ଟିକେଟ ଘୋଷଣା କରିବ କଂଗ୍ରେସ । ବିଜେଡି ଓ ବିଜେପି ମେଣ୍ଟ ହେଲେ କଂଗ୍ରେସ ସରକାର ଗଢିବ ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଏହା ସହ ଜଟଣୀରୁ ନିର୍ବାଚନ ନଲଢିବା କଥାକୁ ପୁଣି ଦୋହରାଇଲେସୁରେଶ ରାଉତରାୟ । କହିଛନ୍ତି, ତାଙ୍କୁ ୮୦ ବର୍ଷ ହେଲାଣି । ଆଉ ନିର୍ବାଚନ ଲଢିବେନି । ସାନ ପୁଅ ଜଟଣୀରୁ ଓ ବଡ଼ପୁଅ ନିମାପଡ଼ାରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି, ସୁରେଶ ରାଉତରାୟ । ଜଟଣୀରୁ ୪ ବିଧାୟକ ଜିତିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । କଂଗ୍ରେସର ଯେଉଁମାନଙ୍କୁ ୮୦ ବର୍ଷ ହୋଇଗଲାଣି ସେମାନେ ରହିଯାଆନ୍ତୁ, ଏବେ ଯୁବକମାନଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି । ପୂର୍ବରୁ ଜଟଣୀରୁ ସୁର ରାଉତରାୟ ଲଢିବେ ବୋଲି କହିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏବେ ସୁରେଶ ରାଉତରାୟ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।

ବିଜେଡି ଓ ବିଜେପି ମେଣ୍ଟ ହେଲେ କଂଗ୍ରେସ ସରକାର ଗଢିବ : ସୁରେଶ ରାଉତରାୟ