ବିଜେଡି ମୁଖ୍ୟ ନବୀନ ପଟନାୟକଙ୍କ ନିର୍ବାଚନ କମିଶନ ଉପରେ ମନ୍ତବ୍ୟ...

Sep 25, 2026 - 12:33
 9
ବିଜେଡି ମୁଖ୍ୟ ନବୀନ ପଟନାୟକଙ୍କ ନିର୍ବାଚନ କମିଶନ ଉପରେ ମନ୍ତବ୍ୟ...

ବିଜେଡି ମୁଖ୍ୟ ତଥା ଓଡ଼ିଶା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ବିଭିନ୍ନ ନିର୍ବାଚନ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ଥିବା ତୀବ୍ର ମତଭେଦ କାରଣରୁ ମୁଖ୍ୟ ନିର୍ବାଚନ କମିଶନରଙ୍କର ତୁରନ୍ତ ଇସ୍ତଫା ଦେବା ଉଚିତ୍ ଏବଂ ସମଗ୍ର SIR ପ୍ରକ୍ରିୟାର ପୁନଃ ସମୀକ୍ଷା କରାଯିବା ଆବଶ୍ୟକ। 

ବିଜେଡି ଆରମ୍ଭରୁ ହିଁ ଏହି SIR ପ୍ରକ୍ରିୟାର ବିରୋଧ କରିଆସୁଛି।"

"MMDR ଆଇନ୍ କଥା ଯଦି କହିବା, ତେବେ ସଂସଦରେ ଯେତେବେଳେ ବିଜେପିର ଓଡ଼ିଶା ସ୍ଥିତ ୨୦ ଜଣ ସାଂସଦ ଏହି ବିଲ୍‌କୁ ସମର୍ଥନ କରିଥିଲେ, ସେତେବେଳେ ଅନ୍ୟମାନଙ୍କୁ ଦୋଷ ଦେବାର କ’ଣ ଅର୍ଥ? 

ଆମେ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବୁ।"