ଦୁଇ ବରିଷ୍ଠ ଅଧିକାରୀଙ୍କ ନିଲମ୍ବନ ଆଦେଶ ଅନୁମୋଦନ...

Sep 25, 2026 - 12:32
Sep 25, 2026 - 14:55
 12
ଦୁଇ ବରିଷ୍ଠ ଅଧିକାରୀଙ୍କ ନିଲମ୍ବନ ଆଦେଶ ଅନୁମୋଦନ...

ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ

ଶ୍ରୀ ଅରୁଣ କୁମାର ବିଶ୍ୱାଳ

କଟକ ମଣ୍ଡଳ କାରାଗାର (Circle Jail)ର ବରିଷ୍ଠ ଅଧୀକ୍ଷକ ଶ୍ରୀ ସୁଜିତ କୁମାର ରାଉଳ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି । 

ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅରୁଣ କୁମାର ବିଶ୍ୱାଳ ଗିରଫ୍ ହୋଇ ଜେଲ୍‌ରେ ଥିଲେ ।  

ସେହିପରି, କଟକ ସର୍କଲ ଜେଲ୍‌ର ସିନିଅର ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ସୁଜିତ କୁମାର ରାଉଳ ମଧ୍ୟ ଗିରଫ୍ ହୋଇ ଜେଲ୍‌ କଷ୍ଟୋଡିରେ ଅଛନ୍ତି । 

ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍‌ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି ।