ଦକ୍ଷିଣପଥ ସମ୍ମିଳନୀ' ଯୁବ ଶକ୍ତି ଓ ବିଶ୍ବ କଲ୍ୟାଣର ନୂଆ ଦିଗନ୍ତ – ଧର୍ମେନ୍ଦ୍ର ପ୍ରଧାନ

Sep 22, 2025 - 09:22
 4
ଦକ୍ଷିଣପଥ ସମ୍ମିଳନୀ' ଯୁବ ଶକ୍ତି ଓ ବିଶ୍ବ କଲ୍ୟାଣର ନୂଆ ଦିଗନ୍ତ – ଧର୍ମେନ୍ଦ୍ର ପ୍ରଧାନ

ତିନିଦିନିଆ ତାମିଲନାଡୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କଲେ

ଜୋହୋ ସ୍କୁଲ ଅଫ୍ ଲଣ୍ଡିଂ, ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ କାରୁଭି, କାଲୟୀବାଣୀ କାଲୱି ମୈୟମ ସ୍କୁଲ, ଥରୁଭାଇ କ୍ୟାମ୍ପସ ପରିଦର୍ଶନ କଲେ

ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପତ୍ନୀ ଚେଲ୍ଲାମ୍ମା ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଆଇଆଇଟି ମାଡ୍ରାସର ଯୁବ ଉଦ୍ଭାବକ ବକ ଏବଂ ଉ ' ଉଦ୍ୟୋଗୀମାନଙ୍କୁ କଲେ ଉତ୍ସାହିତ

ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ରିବାରେ ଆଇଆଇଟି ମାଡ୍ରାସର ଗୁରୁତ୍ବପୂର୍ଣ ଭୂମିକା

କରିବା ଦିଗରେ ଅଧୂକ ଦାୟିତ୍ଵ ନେବା ଶିକ୍ଷାଗତ ଲକ୍ଷ୍ୟ ଷ୍ଯ ଏବଂ ଜାତୀୟ ପ୍ରାଥମିକତା ପୂରଣ କରି

ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋଚନା କଲେ

ଜାତୀୟ ଶିକ୍ଷା ନୀତି ହେଉଛି 'ବସୁଧୈବ କୁଟୁମ୍ୱକମ୍'ର ଏକ ପ୍ର ପ୍ରୟୋଗାତ୍ମକ ରୂପ

‘ଦକ୍ଷିଣପଥ ସମ୍ମିଳନୀ’ ଭାରତର ଆହ୍ଵାନ ଗୁଡ଼ିକର କର ସମାଧାନ ସମା ପାଇଁ ନୂତନ ଚିନ୍ତାଧାରା ବିକଶିତ କରିବ ଏବଂ ଆମର ଯୁବବର୍ଗଙ୍କୁ ବିଶ୍ବ କଲ୍ୟାଣର ଉତପ୍ରେରକ ଭାବରେ ଉଭା କରାଇବ ବୋଲି ରବିବାର ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସରେ ଆୟୋଜିତ ‘ଥ୍‌ଙ୍କ ଇଣ୍ଡିଅ ଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ - ୨୦୨୫'ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତିନିଦିନିଆ ତାମିଲନାଡୁ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଆଜି ଏହି ସମାରୋହରେ ଯୋଗଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ୱକମ୍'ର ଏକ ପ୍ରୟୋଗାତ୍ମକ ରୂପ । ଏହା ବିକଶିତ ଭାରତ ପା' ପାଇଁ ମାର୍ଗ ପ୍ରଶସ୍ତ କରୁଛି । ବିଶ୍ବ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରି କରିବା ଜରୁରୀ । ସେ ଆହୁରି କହିଛନ୍ତି ଯେ ଆମକୁ ସୁଯୋଗ ଗୁଡ଼ିକର ସଦୁପଯୋଗ କରି ଶିକ୍ଷାଗତ ଲକ୍ଷ୍ୟ ଏବଂ ଜାତୀୟ ପ୍ରାଥମିକତା ପ୍ରାଥ ପୂରଣ କରିବା ଦିଗରେ ଅଧୂକ ଦାୟିତ୍ଵ ନେବାକୁ ପଡ଼ିବ । ଥ୍ୟାଙ୍କ୍ ଇଣ୍ଡିଆ ଭଳି ଦେଶ ପ୍ରମୁଖ ଥ୍ୟାଙ୍କ-ଟ୍ୟାଙ୍କଗୁ ଟ୍ୟାଙ୍କଗୁଡ଼ିକୁ ବିଶ୍ବସ୍ତରୀୟ ଆଧୂପତ୍ୟ ବଜାୟ ରଖିବାକୁ ହେବ । ଭାରତର ବୈଦ୍ଧିକ ଦାୟିତ୍ଵ ପୂରଣ କରିବା ପାଇଁ ନୂତନ ମଡେଲ ଏବଂ ଉପକରଣ ପ୍ରସ୍ତୁତ କରିବା ନିମନ୍ତେ ଥିବା ଚ୍ୟାଲେଞ୍ଜ୍ ଗୁଡିକୁ ସାମ୍ନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ ଗବେଷଣା ପାର୍କରେ ଇନକ୍ୟୁବେସନ ସମର୍ଥନ ପାଇଥିବା ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ଜେଇଇ ପରୀକ୍ଷାରେ ସଫଳତା ପାଇଥିବା ତ‌ଥା କଳା କ୍ଷେତ୍ରରେ ଆଇଆଇଟି ମାଡ୍ରାସରେ ନାମ ଲେଖାଇଥିବା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ

ଭେଟିଥିଲେ । ‘ଆଇଆଇଟିଏମ ଫର ଅଲ୍’ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷାନୁଷ୍ଠାନରେ ପାଠ ପଢୁଥୁବା ତାମିଲନାଡୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସ‌ହ ସାକ୍ଷାତ୍ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଇଣ୍ଡିଆ ସେଣ୍ଟର ଫର୍ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ, ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଥିଲେ । ସେ କହିଥିଲେ ଭାରତରେ ନବସୃଜନ ଏବଂ ଉଦ୍ୟମିତା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଆଇଆଇଟି ମାଡ୍ରାସ ଏକ ଅଗ୍ରଣୀ ଭୂମିକା ନେଇଛି । ବିଶେଷ ଭାବରେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପିଲାମାନଙ୍କୁ ସହଯୋଗ କରି ସେମାନଙ୍କ ଭବିଷ୍ୟତ ନିର୍ମାଣ କରିବାରେ ଅନୁଷ୍ଠାନର ଅବଦାନ ଅତୁଳନୀୟ । ବୋଲି ସେ କହିଥିଲେ ।

ଏହାବ୍ୟତୀତ ଶ୍ରୀ ପ୍ରଧାନ ସେପ୍ଟେମ୍ବର ୧୯ରୁ ୨୧ ତା ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତକାଳରେ କଦାୟମ୍ ଗ୍ରାମରେ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପତ୍ନୀ ଚେଲ୍ଲାମ୍ମା ମ୍ମା ଭାରତୀଙ୍କ * ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଜୋହୋ ସ୍କୁଲ ଅଫ୍ ଲଣ୍ଡିଂ, ଜୋହୋ ଦ୍ବାରା ପରିଚାଳିତ ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ କାରୁଭି, କାଲୟୀବାଣୀ କାଲୱି ମୈୟମ ସ୍କୁଲ, ଥରୁଭାଇ କ୍ୟାମ୍ପସ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେ କହିଥିଲେ ଜୋହୋ କ୍ୟାମ୍ପସ ଆମର ଯୁବପିଢ଼ିଙ୍କୁ ଜୀବନବ୍ୟାପୀ ଶିକ୍ଷାରେ ନିୟୋଜିତ ହେବାକୁ ଉତ୍ସାହିତ କରୁଛି I ଡିଗ୍ରୀ ଅପେକ୍ଷା ଦକ୍ଷତା ଏବଂ କ୍ଷମତାକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଅସହାୟ ଓ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରୁଛି । ସ୍କୁଲ ଗରିବ ଏବଂ ଅବହେଳିତ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଜ୍ବାଳା ପ୍ରଜ୍ବଳିତ କରୁଛି ।