ବିଶ୍ୱ ଆର୍ର୍ଥ୍ରାଇଟସ୍ ଦିବସ ର ଶୁଭେଚ୍ଛା
ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁ ବିଶ୍ବର ଅଧୂକାଂଶ ଲୋକ ଏବେ ଏହି ରୋଗ ଶିକାର ହୋଇଛନ୍ତି। ଏହି ରୋଗର ଚିକିତ୍ସା ପ୍ରାଥମିକ ସ୍ତରରେ କରା ନଗଲେ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ।
ଏ ବାବଦରେ ସଚେତନତା ଅବଲମ୍ବନ ନିହାତି ଜରୁରୀ । ଆର୍ର୍ଥ୍ରାଇଟସ୍ ଏକ ଗ୍ରିକ୍ ଶବ୍ଦ ‘ଆର୍ଥ୍ରୋ’ ଏବଂ ‘ଆଇଟିସ୍’ର ମିଶ୍ରଣ। ଅସ୍ଥି ଥୂବା ପ୍ରାଣୀମାନଙ୍କଠାରେ ଏହି ରୋଗର ଲକ୍ଷଣ ଅଧୂକ ଦେଖାଯାଇଥାଏ।
ଏହାଛଡ଼ା ଡାଏନୋସର୍ମାନେ ମଧ୍ୟ ଏହି ରୋଗର ଶିକାର ହୋଇଥିବା ପ୍ରମାଣ ଜୀବାଶ୍ମ ଅଧ୍ୟୟନରୁ ମିଳେ। ୧୭୧୫ରେ ଏ ବାବଦରେ ପ୍ରଥମ ଥର ପାଇଁ ସବିଶେଷ ଅଧ୍ୟୟନ କରିଥିଲେ ୱିଲିଅମ୍ ମଗ୍ରେଭ୍।
ଏହା ଉପରେ ସେ ‘ଡି ଆର୍ଧ୍ରାଇଡ୍ ସିଣ୍ଟୋମେଟିକୋ’ ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ। ଏ ରୋଗକୁ ନେଇ ଜନସଚେତନା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ।