ବିହାର ବନାମ ରାଜନୀତି ଏକ ସ୍ୱତନ୍ତ୍ର...
ନଭେମ୍ବର ୬ ତାରିଖରେ ହେବାକୁ ଥିବା ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି।
ଏହି ୧୨୧ଟି ଆସନରେ ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ ଲଢ଼େଇ ତୀବ୍ର ହେଉଛି ।
ଉଭୟ ମେଣ୍ଟର ପ୍ରଚାର ମୁଖ୍ୟତଃ ତିନୋଟି ମୁଖ୍ୟ ପ୍ରସଙ୍ଗ ଉପରେ କେନ୍ଦ୍ରିତ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏବଂ ଏନଡିଏ ପୁରୁଣା 'ଜଙ୍ଗଲରାଜ' ଏବଂ 'ପରିବାରବାଦ' ପ୍ରସଙ୍ଗ ଉପରେ ବିରୋଧୀଙ୍କୁ ଆକ୍ରମଣ କରିଛି।
ଏହାର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କୁ ପରିବର୍ତ୍ତନର ରାଜନୀତି ବିକାଶ ପ୍ରତି ଆକୃଷ୍ଟ କରିବା।
ବିହାରର ଦୀର୍ଘ ଦିନର ଭିତ୍ତିଭୂମି ଓ ପ୍ରାକୃତିକ ସମସ୍ୟାକୁ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ମାଧ୍ୟମରେ ଏନଡିଏ 'ବିକାଶ' ଏବଂ ଯୋଜନାର ଲାଭକୁ ନିର୍ବାଚନର କେନ୍ଦ୍ରବିନ୍ଦୁ କରିବାକୁ ଚେଷ୍ଟା କରିଛି।
ଏହି ପର୍ଯ୍ୟାୟରେ ମୋଟ ୧୨୧ଟି ଆସନ ମଧ୍ୟରୁ ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଏବଂ ଆରଜେଡିର ଦୁଇ ଭାଇ ତେଜସ୍ୱୀ ଓ ତେଜପ୍ରତା ଭାଗ୍ୟ ନିର୍ଣ୍ଣୟ ହେବ।
ନଭେମ୍ବର ୬ ତାରିଖରେ ଭୋଟ୍ ଗ୍ରହଣ ସମାପ୍ତ ହେବା ପରେ, ରାଜନୈତିକ ଦଳଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଉପରେ ଧ୍ୟାନ ଦେବେ।
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏନଡିଏକୁ ଶାଣିତ ସମାଲୋଚନା କରିଛନ୍ତି।
ବିରୋଧୀଙ୍କୁ ଅପମାନ ଦିଆଯାଉଥିବା ଦର୍ଶାଇ ସେ ବିହାରରେ ଏକ 'ଅପମାନ ମନ୍ତ୍ରାଳୟ' ପ୍ରତିଷ୍ଠା କରିବାକୁ ବ୍ୟଙ୍ଗ କରିଛନ୍ତି।
ଏହା ସହ ରାଜ୍ୟ ସରକାର ଦିଲ୍ଲୀରୁ 'ରିମୋଟ କଣ୍ଟ୍ରୋଲ'ରେ ଚାଲୁଥିବା ଅଭିଯୋଗ କରି ଏନଡିଏର ଆତ୍ମବିଶ୍ୱାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ତେଜସ୍ୱୀ ଯାଦବ ପ୍ରଚାରରେ 'ବିହାରୀ ବନାମ ବାହାରୀ' ପ୍ରସଙ୍ଗ ଉଠାଇ ଏନଡିଏକୁ ଟାର୍ଗେଟ୍ କରିଛନ୍ତି।
ଏହା ଦ୍ୱାରା ସେ ସ୍ଥାନୀୟ ପ୍ରସଙ୍ଗ ଏବଂ ପ୍ରାରମ୍ଭରେ, ଆରଜେଡି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ଅଚଳାବସ୍ଥା ଦେଖାଦେଇଥିଲା।
ତେଜସ୍ୱୀ ଯାଦବ କଂଗ୍ରେସକୁ ଦିଆଯାଉଥିବା ଆସନ ସଂଖ୍ୟାକୁ ନେଇ ଅରାଜି ଥିବା ଜଣାପଡ଼ିଥିଲା।
ମେଣ୍ଟ ପାଇଁ ବଡ଼ ଝଟକା ହେଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ଅଲଗା ହେବା।
ଯଦିଓ ପ୍ରିୟଙ୍କା ଗାନ୍ଧୀ ଜେଏମଏମ ସୁପ୍ରିମୋ ହେମନ୍ତ ସୋରେନଙ୍କ ସହ ମିଶି ପ୍ରଚାର କରିଛନ୍ତି, ତଥାପି ଆସନ ବୁଝାମଣାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ୍ୱ ରହିଛି ।
ମହାଗଠବନ୍ଧନ ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି।
ଏହି ନିର୍ବାଚନ ତେଜସ୍ୱୀଙ୍କ ରାଜନୈତିକ କ୍ୟାରିୟର ପାଇଁ ଏକ ବଡ଼ ପରୀକ୍ଷା, ଯେଉଁଠାରେ ତାଙ୍କୁ ଏନଡିଏର ଶକ୍ତିଶାଳୀ ନେତୃତ୍ୱ ଏବଂ ନିଜ ପରିବାରର ଆଭ୍ୟନ୍ତରୀଣ ସମସ୍ୟା ,ଭାଇ ତେଜପ୍ରତାପ ଯାଦବଙ୍କ ସମାଲୋଚନା ସହିତ ଲଢ଼ିବାକୁ ପଡ଼ୁଛି।