ବ୍ରାହ୍ମଣୀରେ ବନ୍ୟା: ୧୪ ପଞ୍ଚାୟତ, ୫୦ ହଜାର ଲୋକ ଜଳବନ୍ଦି .

Jul 17, 2025 - 18:46
 6
ବ୍ରାହ୍ମଣୀରେ ବନ୍ୟା: ୧୪ ପଞ୍ଚାୟତ, ୫୦ ହଜାର ଲୋକ ଜଳବନ୍ଦି .

ବ୍ରାହ୍ମଣୀରେ ବନ୍ୟା: ୧୪ ପଞ୍ଚାୟତ, ୫୦ ହଜାର ଲୋକ ଜଳବନ୍ଦି .
ବ୍ରାହ୍ମଣୀ ନଦୀର ଜଳସ୍ତର ଗତକାଲି ରାତିରେ ବଢ଼ି ବିପଦ ସଂକେତ ଟପି ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଅଳଭାରେ ବର୍ତ୍ତମାନ ବିପଦ ସଂକେତରୁ ୧.୭୧ ଫୁଟ ଉପରେ ପାଣି ପ୍ରବାହିତ ହେଉଛି।
ବ୍ରାହ୍ମଣୀ ନଦୀର ଜଳସ୍ତର ଗତକାଲି ରାତିରେ ବଢ଼ି ବିପଦ ସଂକେତ ଟପି ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଅଳଭାରେ ବର୍ତ୍ତମାନ ବିପଦ ସଂକେତରୁ ୧.୭୧ ଫୁଟ ଉପରେ ପାଣି ପ୍ରବାହିତ ହେଉଛି। ଏଠାରେ ବ୍ରାହ୍ମଣୀର ବିପଦ ସଂକେତ ୧୬ଫୁଟ ଥିଲା ବେଳେ ଜଳସ୍ତର ୧୭.୭୧ଫୁଟରେ ପହଞ୍ଚିଛି। ଫଳରେ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଧୋୟାଞ୍ଚଳର ୧୪ ପଞ୍ଚାୟତ ତଥା ୫୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ ୱାର୍ଡରେ ଥିବା ୨୩ ହଜାର ଲୋକ ମଧ୍ୟ ପାଣି ଘେରରେ ରହିଛନ୍ତି। ସେହିପରି ପତ୍ରପୁର ପୋଲ ନିକଟ ଏକ ଶ୍ରମିକ କଲୋନିରେ ପାଣି ପଶି ଯାଇଛି। ଏବେ ବ୍ରାହ୍ମଣୀ ଜଳସ୍ତର ବଢ଼ି ଚାଲିଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥା‌ରେ ରହିଛନ୍ତି। ବନ୍ୟାଜଳ ସାଙ୍ଗକୁ କୁମ୍ଭୀର ଭୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ପଟ୍ଟାମୁଣ୍ତାଇ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶଚନ୍ଦ୍ର ସେଠୀ, ସହନିର୍ବାହୀ ଅଧିକାରୀ ଆଶିଷ କୁମାର ସ୍ବାଇଁ,  ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ ପ୍ରମୁଖ ଉତିକଣ ଓ ଡାମରପୁର ଘେରିବନ୍ଧ ପରିଦର୍ଶନ କରିବା ସହ ବାଲିବସ୍ତା ମହଜୁଦ ରଖିଛନ୍ତି।