ବ୍ରିସବେନ ରେ ଶେଷ ଟି ଟ୍ୱେଣ୍ଟି ଖେଳିବାକୁ ଭାରତ ପ୍ରସ୍ତୁତ...

Nov 8, 2025 - 10:21
 13
ବ୍ରିସବେନ ରେ ଶେଷ ଟି ଟ୍ୱେଣ୍ଟି ଖେଳିବାକୁ ଭାରତ ପ୍ରସ୍ତୁତ...

ଚତୁର୍ଥ ଟି-ଟ୍ଵେଣ୍ଟି ଜିତିଲା ଟିମ୍ ଇଣ୍ଡିଆ। 

ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇ ସିରିଜରେ ୨-୧ ରେ ଆଗୁଆ ରହିଛି ଭାରତ। 

ଓଭାଲରେ ହୋଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। 

ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ କରିଥିଲା ୧୬୭ ରନ। 

ଗିଲ୍ ସର୍ବାଧିକ ୪୬ ରନ୍ କରିଥିଲେ। 

ଟାର୍ଗେଟ ୧୬୮ ରନ୍ ର ପିଛା କରି ଅଷ୍ଟ୍ରେଲିଆ ୧୧୯ ରନରେ ଅଲଆଉଟ ହୋଇଥିଲା। 

ୱାସିଂଟନ ସୁନ୍ଦର ୩ ୱିକେଟ ନେଇଥିଲେ। ଦୁବେ ଓ ଅକ୍ଷରଙ୍କୁ ୨ଟି ଲେଖାଏଁ ୱିକେଟ ନେଇଛନ୍ତି। 

ଅକ୍ଷର ପଟେଲ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। 

ଆଜିର ବିଜୟ ସହିତ ସିରିଜରେ ୨-୧ ଆଗୁଆ ରହିଲା ଟିମ୍ ଇଣ୍ଡିଆ। 

ଆସନ୍ତା ଶନିବାର ବ୍ରିସବେନରେ ଶେଷ ଟି-ଟ୍ଵେଣ୍ଟି ଖେଳାଯିବ।