ବ୍ୟବସାୟୀଙ୍କ ବେକରେ ଖଣ୍ଡା ଲଗାଇ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଭାଲୁକନାଡି ଗ୍ରାମରେ ବେକରେ ଖଣ୍ଡା ଦେଖାଇ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ ଭାଲୁକନାଡ଼ି ଗ୍ରାମର ବ୍ୟବସାୟୀ ଅମୀୟ ଦାସ ସବୁ ଦିନ ଭଳି ଗତକାଲି ଖାଇ ସାରିବା ପରେ ଶୋଇଥିଲେ। ତେବେ ଗତକାଲି ରାତ୍ର ପ୍ରାୟ ଏକ ଘଣ୍ଟା ସମୟରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ। ଅମୀୟ ଦାସଙ୍କ ପରିବାର ଲୋକ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପ୍ରଥମେ ଅମୀୟ ଦାସଙ୍କୁ ଦୌଡ଼ିରେ ବାନ୍ଧିବା ସହ ବେକରେ ଖଣ୍ଡା ରଖି ଟଙ୍କା ଓ ସୁନା ଗହଣା ଲୁଟ କରିଥିଲେ। ଘରେ ଥିବା ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଲୁଟ କରି ନେଇଥିଲେ। ତେବେ ପ୍ରାୟ ୧୦ ଦୁର୍ବୃତ୍ତ ରହିଥିବା ବେଳେ ହିନ୍ଦୀ ଏବଂ କଳାହାଣ୍ଡି ଭାଷାରେ କଥା ହେଉଥିବା ସୂଚନା ମିଳିଛି। ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି।

Feb 12, 2024 - 18:35
 3
ବ୍ୟବସାୟୀଙ୍କ  ବେକରେ ଖଣ୍ଡା ଲଗାଇ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ