ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଉପରେ କଟକଣା ଥିଲେ ମଧ୍ୟ କିଛି ଅମାନିଆ ଆଇନ ଉଲ୍ଲଂଘନ କରି ଡ୍ରୋନ ଉଡାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଦୃଶ୍ୟ ଡ୍ରୋନ୍ ମାଧ୍ୟମରେ ଦେଖାଇଛନ୍ତି ଜଣେ ଯୁବକ । ଯାହାକି ସଂମ୍ପୂର୍ଣ୍ଣ ଭାବେ ବେଆଇନ । ଗତ କିଛି ମାସ ତଳେ ପଶ୍ଚିମବଙ୍ଗର ଜଣେ ଯୁବକ ଡ୍ରୋନ ଉଡାଇ ସେହି ଭିଜୁଆଲରେ ପୋଲିସର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ପରେ ପୁରୀ ପୋଲିସ ତାଙ୍କୁ ଗିରଫ କରିଥିଲା। ସେହିପରି ଏହି ଯୁବକ ମଧ୍ୟ ସମାନ୍ ଢଙ୍ଗରେ ଡ୍ରୋନ ଉଡାଇ ସୋସିଆଲ ସାଇଡରେ ପଠାଇଛନ୍ତି । ଏହି ଭିଜୁଆଲ ପୁରୀ ବଡଦାଣ୍ଡରୁ ନିଆଯାଇଥିବା ଜଣାପଡୁଛି । ତେବେ କିଏ ଏହି ଯୁବକଙ୍କୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ଅନୁମତି ଦେଲା ସେନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Feb 12, 2024 - 18:34
 7
ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ