ଭରଣ ପୋଷଣ ମାମଲାରେ ସ୍ତ୍ରୀ ଉଚ୍ଚ ଶିକ୍ଷିତା ହୋଇଥିଲେ ଅଧିକ ଦାବୀ କରିବା ବଦଳରେ ନିଜେ ରୋଜଗାର କରିବା ଦରକାର- ସୁପ୍ରିମ କୋର୍ଟ I

Jul 26, 2025 - 14:43
 18
ଭରଣ ପୋଷଣ ମାମଲାରେ ସ୍ତ୍ରୀ ଉଚ୍ଚ ଶିକ୍ଷିତା ହୋଇଥିଲେ ଅଧିକ ଦାବୀ କରିବା ବଦଳରେ ନିଜେ ରୋଜଗାର କରିବା ଦରକାର- ସୁପ୍ରିମ କୋର୍ଟ I

 ଭରଣ ପୋଷଣ ମାମଲାରେ ସ୍ତ୍ରୀ ଉଚ୍ଚ ଶିକ୍ଷିତା ହୋଇଥିଲେ ଅଧିକ ଦାବୀ କରିବା ବଦଳରେ ନିଜେ ରୋଜଗାର କରିବା ଦରକାର- ସୁପ୍ରିମ କୋର୍ଟ
ପାଠ - ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର୍‌. ଗବାଇ ଭରଣପୋଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ଜଣେ ଇଞ୍ଜିନିରିଙ୍ଗ ଓ ଏମ ବି ଏ ମହିଳାଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଭରଣପୋଷଣ ଦାବି କରିବା ଅପେକ୍ଷା ନିଜେ ରୋଜଗାର କାହିଁକି କରୁନାହାନ୍ତି । 'ଯଦି ଏତେ ଜିନିଷ ନେବାକୁ ଇଚ୍ଛା, ତେବେ ନିଜେ ରୋଜଗାର କର'; ମହିଳାଙ୍କ ଭରଣପୋଷଣ ଆବେଦନକୁ ନେଇ ଏଭଳି ଜବାବ ଦେଇଛନ୍ତି ସୁପ୍ରିମକୋର୍ଟ । ବିବାହର ୧୮ ମାସ ପରେ ବିବାଦ ହେବାରୁ ମହିଳା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଆବେଦନରେ ଭରଣପୋଷଣ ପାଇଁ ସେ ସ୍ବାମୀଙ୍କଠାରୁ ୧୨କୋଟି ଟଙ୍କା, ମୁମ୍ବାଇରେ ଏକ ଘର ଏବଂ ବିଏମଡବ୍ଲୁ କାର୍  ମାଗିଥିଲେ । ଏହି ଦାବି ଦେଖି ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠ ଆଶ୍ଚର୍ଯ୍ୟ ହେବା ସହ ମହିଳାଙ୍କୁ ‌ରୋଜଗାର କରିବାକୁ ପରାମର୍ଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଥିଲେ "ଆପଣ ଏତେ ଶିକ୍ଷିତ । ନିଜ ପାଇଁ ଆପଣ ରୋଜଗାର କରିବା ଉଚିତ । ନିଜର ଖର୍ଚ୍ଚ ପାଇଁ ଏଭଳି ମାଗିବା ଉଚିତ୍ ନୁହେଁ । ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରରେ ଆପଣ ଭଲ ଚାକିରି କରିପାରିବେ । କାହିଁକି ଏଯାଏଁ କାମ କରିନାହାନ୍ତି ? ମାତ୍ର ୧୮ମାସର ବିବାହ ପରେ ଆପଣ ନିଜ ସ୍ବାମୀଙ୍କଠାରୁ ଏ ଭଳି ଭରଣ ପୋଷଣ ଚାହୁଛନ୍ତି  ?"