ଭାରତ ନିର୍ବାଚନ ଆୟୋଗଦ୍ୱାରା ସଘନ ସଂଶୋଧନ...
ଏସ.ଆଇ.ଆର ଚାଲୁଥିବା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କ ପାଇଁ ଏ.ଏସ.ଡି ତାଲିକାକୁ ଉପଲବ୍ଧ କରାଇବେ
ବିହାର ଏସ.ଆଇ.ଆର ଭଳି ମୁଖ୍ୟ ନିର୍ବାଚନ ଅଧିକାରୀ /ଜ଼ିଲ୍ଲା ୱେବସାଇଟରେ ବୁଥ୍-ଅନୁସାରେ ଏ.ଏସ.ଡି ତାଲିକାକୁ ଉପଲବ୍ଧ କରାଯିବ
ବୁଥ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ୩ କିମ୍ବା ଅଧିକ ଥର ପରିଦର୍ଶନ ପରେ ମଧ୍ୟ ଯୋଗାଯୋଗ କରାଯାଇପାରିନଥିବା ନାଗରିକ ମାନଙ୍କୁ ଅନୁପସ୍ଥିତ, ସ୍ଥାନାନ୍ତରିତ କିମ୍ବା ମୃତ/ନକଲ (ASD) ଭୋଟର ଭାବେ ଚିହ୍ନଟିକରଣ କରାଯିବ ଏବଂ ସେମାନଙ୍କର ବୁଥ-ଅନୁସାରେ ଏକ ତାଲିକା ପ୍ରସ୍ତୁତ କରାଯିବ ।
୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନର ଏହା ଏକ ଅଂଶ ସେହି ଅନୁସାରେ ପ୍ରସ୍ତୁତ କରାଯାଇଥିବା ତାଲିକା ସମ୍ପୃକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ଦ୍ଵାରା ସମସ୍ତ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ଦ୍ୱାରା ମନୋନୀତ ବୁଥ ସ୍ତରୀୟ ପ୍ରତିନିଧିଙ୍କ (BLA) ପାଇଁ ଉପଲବ୍ଧ କରାଯିବ ।
ଏହି ପ୍ରକ୍ରିୟା ଚିଠା ଭୋଟର ତାଲିକା ପ୍ରକାଶନ ପୂର୍ବରୁ ସମାପ୍ତ ହେବ ।
ଏହାକୁ ଦୃଷ୍ଟିରେ ରଖି, ସମସ୍ତ ୧୨ଟି ସ୍ଵତନ୍ତ୍ର ସଘନ ସଂଶୋଧନ- ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୫ ଲକ୍ଷ ବି.ଏଲ.ଓ, ୧୨ ଲକ୍ଷରୁ ଅଧିକ ରାଜନୈତିକ ଦଳର ବୁଥ ସ୍ତରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ବୁଥ-ଅନୁଯାୟୀ ବୈଠକ କରିବେ ଏବଂ ସେମାନଙ୍କୁ ଏହି ଏ.ଏସ.ଡି ତାଲିକା ହସ୍ତାନ୍ତର କରିବେ ।
ଏହି ଏ.ଏସ.ଡି ତାଲିକା ପ୍ରତ୍ୟେକ ଭୋଟରଙ୍କ ସଠିକ୍ ଅବସ୍ଥିତି ନିର୍ଣ୍ଣୟ କରିବା ପାଇଁ ପ୍ରସ୍ତୁତ କରାଯିବ, ଯାହା ଦ୍ଵାରା ଚିଠା ଭୋଟର ତାଲିକା ପ୍ରକାଶନ ପୂର୍ବରୁ ସମସ୍ତ ତ୍ରୁଟି ସଂଶୋଧନ କରାଯାଇପାରିବ।
ଏହି ପଦକ୍ଷେପ ଦ୍ଵାରା ନିର୍ବାଚନ ଆୟୋଗ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡ଼ନ୍ତି ତାହା ସୁନିଶ୍ଚିତ କରିପାରିବେ ।
ଯେପରି ବିହାର ସ୍ଵତନ୍ତ୍ର ସଘନ ସଂଶୋଧନ ସମୟରେ କରାଯାଇଥିଲା ସେହିପରି ଚିଠା ଭୋଟର ତାଲିକା ପ୍ରକାଶନ ପରେ, ସମସ୍ତ ୧୨ଟି ସ୍ଵତନ୍ତ୍ର ସଘନ ସଂଶୋଧନ- ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବୁଥ୍/ ବିଧାନସଭା/ଜିଲ୍ଲା ଅନୁଯାୟୀ ଏ.ଏସ.ଡି ତାଲିକା ସମ୍ପୃକ୍ତ ଜିଲ୍ଲା ନିର୍ବାଚକ ଅଧିକାରୀ (DEO)/DM (ଜିଲ୍ଲା-ଅନୁଯାୟୀ) ଙ୍କ ୱେବସାଇଟ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ୱେବସାଇଟ୍ ରେ ଉପଲବ୍ଧ କରାଯିବ ଏବଂ ଏହା EPIC- ଅନୁସନ୍ଧାନଯୋଗ୍ୟ ମୋଡରେ ଉପଲବ୍ଧ ରହିବ ।