ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Oct 10, 2025 - 13:43
 7
ଭାରତ-ବ୍ରିଟେନ ସି.ଇ.ଓ. ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମା ହାମାନ୍ୟ, ପ୍ରଧାନମନ୍ତ୍ରୀ ଷ୍ଟାରମର,

ଭାରତ ଏବ ଏବଂ ବ୍ରିଟେନର ବ୍ୟବସାୟୀ ନେତୃବୃନ୍ଦ,

ନମସ୍କାର

ଆଜି ଭା ଭାରତ-ବ୍ରିଟେନ ସି.ଇ.ଓ ଫୋରମର ଏହି ବୈଠକରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମ ରମରଙ୍କୁ ତାଙ୍କର ମୂଲ୍ୟବାନ ବିଚାର ପାଇଁ କୃତଜ୍ଞତା ଜଣାଉଛି।

ବର୍ଷ ବର୍ଷ ଧରି ଆପଣ ସମସ୍ତ ବ୍ୟବସାୟୀ ନେତୃବର୍ଗଙ୍କ ନିରନ୍ଧର ପ୍ରୟାସ ଦ୍ବାରା, ଏହି ମଞ୍ଚ ଭାରତ-ବ୍ରିଟେନ ରଣନୈତିକ ଭାଗି ଗିଦାରୀର ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଭାବେ ଠିଆ ହୋଇଛି। ବର୍ତ୍ତମାନ ଆପଣଙ୍କ ମତାମତ ଶୁଣିବା ଦ୍ବାରା ମୋର ବିଶ୍ବାସ ଗଭୀର ହୋଇଛି ଯେ, ଆମେ ସ୍ବାଭାବିକ ଅଂଶୀଦାର ଭାବରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିବୁ। ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିବାଦନ ଜଣାଉଛି।

ବନ୍ଧୁଗଣ ଝଗଣ,

ବର୍ତ୍ତମାନର ବୈଶ୍ବିକ ଅସ୍ଥିରତା ମଧ୍ୟରେ ଭାରତ-ବ୍ରିଟେନ ସମ୍ପର୍କର ସ୍ଥିରତା ଦୃଷ୍ଟିରୁ ଚଳିତ ବର୍ଷ ଅଭୂତପୂର୍ବ ଅଟେ। ଚଳିତ ବର୍ଷ ଜୁଲାଇରେ ମୋର ବ୍ରିଟେନ ଗସ୍ତ ସମୟରେ, ଆମେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା, ଅର୍ଥାତ୍ ସିଇଟିଏ ସ୍ବାକ୍ଷର କରିଥିଲୁ। ଏହି ଐତିହାସିକ ସଫଳତା ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଦୂରଦୃଷ୍ଟି ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ହୃଦୟରୁ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛି। ଏହା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ବିଶ୍ବର ଦୁଇ ସର୍ବବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ସହଭାଗୀ ପ୍ରଗତି, ସହଭାଗୀ ସମୃଦ୍ଧି ଏବଂ ଅଂଶୀଦାର ଲୋକଙ୍କ ପାଇଁ ଏକ ରୋଡମ୍ୟାପ୍। ବଜାର ପ୍ରବେଶ ସହିତ, ଏହି ରାଜିନାମା ଉଭୟ ଦେଶରେ ଏମ.ଏସ.ଏମ.ଇ ଗୁଡ଼ିକୁ ପ୍ରୋତ୍ସାହନ ଦେବ। ଏହାଦ୍ବାରା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ମଧ୍ଯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବନ୍ଧୁଗଣ,

ଏହି ସିଇଟିଏ(CETA) ନିଜର ପୂର୍ଣ୍ଣ ସାମର୍ଥ୍ୟର ପାଇପାରିବ, ଏଥୂପାଇଁ ଚାରିଟି ନୂତନ ଦିଗ, ଏହି ସିଇଟିଏକୁ ନିଜ ନିକଟରେ ରଖିବାକୁ ଚାହୁଁଛି । ସିଇଟିଏ ର ଏହି ନୂତନ ଦିଗଗୁଡ଼ିକ ସମ୍ଭବତଃ ଏହାକୁ ଅଧିକ ବ୍ୟାପକ ଆଧାର ପ୍ରଦାନ କରିବ।

ସି, ଅର୍ଥାତ୍ ବାଣିଜ୍ୟ ଏବଂ ଅର୍ଥନୀତି

ଇ, ଅର୍ଥାତ୍ ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ

ଟି, ଅର୍ଥାତ୍ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ

ଏ, ଅର୍ଥାତ୍ ଆକାଂକ୍ଷା

ଆଜି ଆମର ଦ୍ବିପାକ୍ଷିକ ବାଣିଜ୍ୟ ପାଖାପାଖୂ ୫୬ ବିଲିୟନ ଡଲାର। ଆମେ ୨୦୩୦ ସୁଦ୍ଧା ଏହାକୁ ଦ୍ବିଗୁଣିତ କରିବାର ଲକ୍ଷ୍ୟ ରଖୁଛୁ। ମୋର ବିଶ୍ବାସ, ଆମେ ଏହି ଲକ୍ଷ୍ୟଗୁଡ଼ିକୁ ସମୟ ପୂର୍ବରୁ ହାସଲ କରିପାରିବା।