ଭାରତକୁ ହସିନା ଙ୍କ ପୁଅର ଆକୁଳ ନିବେଦନ...
“ଭାରତ ସବୁବେଳେ ଏକ ଭଲ ବନ୍ଧୁ ବୋଲି ପ୍ରମାଣ କରିଛି।
ସଙ୍କଟ ସମୟରେ ଭାରତ ମୋ ମାଆଙ୍କ ଜୀବନ ରକ୍ଷା କରିଛି।
ଯଦି ସେ ବାଂଲାଦେଶ ଛାଡି ନଥାନ୍ତେ,ତେବେ ଆତଙ୍କବାଦୀମାନେ ତାଙ୍କୁ ନିଶ୍ଚିତ ହତ୍ୟା କରିଥାନ୍ତେ।
ମୋ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରତି ଚିର କୃତଜ୍ଞ।”
କୋର୍ଟ, ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଆଜୀବନ କାରାଦଣ୍ଡ ଦେବା ସହିତ ଆନ୍ଦୋଳନ ସମୟରେ ଅନେକ ଲୋକଙ୍କ ହତ୍ୟା ମାମଲାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ପୃଥକ୍ ଭାବେ ମୃତ୍ୟୁଦଣ୍ଡ ମିଳିଛି।
ହସିନାଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍କୁ ଉଦ୍ଧୃତ କରି ଟ୍ରିବ୍ୟୁନାଲ ଦର୍ଶାଇଥିଲେ ଯେ ଶେଖ୍ ହସିନା ମାନବତା ବିରୋଧୀ ଅପରାଧ କରିଛନ୍ତି।
ଅଗଷ୍ଟ ୫ ତାରିଖରେ ୬ ଜଣ ଆନ୍ଦୋଳନକାରୀଙ୍କୁ ଚଙ୍ଖରପୁଲରେ ହତ୍ୟା କରାଯାଇଥିଲା ଏବଂ ଶେଖ ହସିନାଙ୍କ ନିର୍ଦ୍ଦେଶରେ ଛାତ୍ରମାନଙ୍କୁ ହତ୍ୟା କରାଯାଇଥିବା ନେଇ ରହିଥିବା ବଳିଷ୍ଠ ପ୍ରମାଣ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା।
ତତ୍କାଳୀନ ଗୃହମନ୍ତ୍ରୀ ତଥା ପୁଲିସ ଆଇଜିଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।
ସେମାନେ ଏହାଦ୍ବାରା ମାନବତା ବିରୋଧରେ ଅପରାଧ କରିଥିଲେ।
ରାୟ ପକ୍ଷପାତପୂର୍ଣ୍ଣ, ପୂର୍ବ ନିର୍ଦ୍ଧାରିତ: ହସିନା, କଠୋରପନ୍ଥୀଙ୍କ ବିରାଟ ଷଡ୍ଯନ୍ତ୍ର
‘ମାନବତା ବିରୋଧରେ ଅପରାଧ’ ପାଇଁ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍) ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାପରେ ହସିନା ଆଇସିଟକୁ କଡ଼ା ସମାଲୋଚନା କରିଥିଲେ।
ଏକ ବିବୃତି ଜାରି କରି ହସିନା ଦାବି କରିଥିଲେ ଯେ ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ସହ ଜଡ଼ିତ ହିଂସା ଘଟଣାରେ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ପକ୍ଷପାତପୂର୍ଣ୍ଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ହସିନା ରାୟକୁ ଅନ୍ୟାୟପୂର୍ଣ୍ଣ, ପୂର୍ବ ନିର୍ଦ୍ଧାରିତ କହିଥିଲେ।
ବିନା ଗଣତାନ୍ତ୍ରିକ ଜନାଦେଶ ସହ ଏକ ଅଣ ନିର୍ବାଚିତ ସରକାରର ଅଧ୍ୟକ୍ଷତାରେ ମୋ ବିରୋଧରେ ଏହି ରାୟ ଆସିଛି ବୋଲି ହସିନା ଦାବି କରିଥିଲେ