ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଆଫଗାନିସ୍ତାନରେ ପାକିସ୍ତାନ ସୀମା ନିକଟରେ ଏକ ଭୂମିକମ୍ପ ହୋଇଛି। ଏହା ଯୋଗୁ ନାଙ୍ଗରହାର ଏବଂ କୁନାର ପ୍ରଦେଶ ଗୁରୁତର ଭାବରେ ପ୍ରଭାବିତ ହୋଇଛି।
ଏହି ଭୂକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ଏପର୍ଯ୍ୟନ୍ତ ୫୦୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଏହି ଭୟଙ୍କର ଭୂକମ୍ପରେ ଆଫଗାନିସ୍ତାନରେ ଅନେକ କ୍ଷୟକ୍ଷତି ହୋଇଛି। ରାତି ୧୨:୪୭ ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ପ୍ରାୟ ୨୭ କିଲୋମିଟର ଦୂରରେ, ଭୂପୃଷ୍ଠରେ ୮ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପ ଯୋଗୁ ନାଙ୍ଗରହାର ପ୍ରଦେଶରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି ଏବଂ ରାସ୍ତା ଏବଂ ଘରଗୁଡ଼ିକରେ ଫାଟ ଦେଖାଦେଇଛି।
ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ପ୍ରାୟ ୨୭ କିଲୋମିଟର ଦୂରରେ, ଭୂପୃଷ୍ଠରେ
ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।