ଭାରତର ଅର୍ଥ ନୀତି କେବେ ବି ଦୁର୍ବଳ ନୁହେଁ I

Aug 4, 2025 - 18:12
 14
ଭାରତର ଅର୍ଥ ନୀତି କେବେ ବି ଦୁର୍ବଳ ନୁହେଁ  I

ଟ୍ରମ୍ପଙ୍କ 'ମୃତ ଅର୍ଥନୀତି' ମନ୍ତବ୍ୟକୁ ସମର୍ଥନ କରି ବିବାଦରେ ରାହୁଲ ଗାନ୍ଧୀ |

ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ସହ ଆମର ଅର୍ଥନୀତିକୁ 'ଡେଡ୍ ଇକୋନୋମି' କହି ନିଜର ରାଗ ସୁଝାଇବାକୁ ଚେଷ୍ଟା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ ଦେଶ ତଥା ବିଶ୍ବରେ ପ୍ରତିକ୍ରିୟାମାନ ପ୍ରକାଶ ପାଇଛି । 
ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ମୋଦୀ ସରକାରଙ୍କ ବିରୋଧରେ ଏକ ଭଲ ଅସ୍ତ୍ର ବୋଲି ଭାବି ନେଇଛନ୍ତି  |
ଏହାକୁ ନେଇ ଅନେକ କଂଗ୍ରସ ନେତା;
'ଭାରତର ଅର୍ଥନୀତି ମୃତ' ଯାହାକି, ସରକାରଙ୍କ ପାଖରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, ଖୋଦ କଂଗ୍ରେସ ନେତାମାନେ ମଧ୍ୟ ନିଜ ନେତା ରାହୁଲ ଗାନ୍ଧୀଙ୍କୁ ଆଇନା ଦେଖାଇଛନ୍ତି ।

ବରିଷ୍ଠ କଂଗ୍ରେସ ସହଯୋଗୀ ଶଶି ଥରୁର ଏବଂ ରାଜୀବ ଶୁକ୍ଳା ଭାରତର ଅର୍ଥନୀତିର ଶକ୍ତି ବିଷୟରେ କହିଛନ୍ତି । କେରଳର ଥିରୁଅନନ୍ତପୁରମର କଂଗ୍ରେସ ସାଂସଦ ଥରୁର ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୨୫% ଶୁଳ୍କକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଏହା ଏପରି ନୁହେଁ ଯେ ଆମର କୌଣସି ବିକଳ୍ପ ନାହିଁ । ଯଦି ଆମେରିକା ଜିଦରେ ଅଟଳ, ତେବେ ଆମକୁ ବିଳକ୍ପ ଦେଖିବାକୁ ପଡିବ । ଏହା ଭାରତର ଶକ୍ତି । ଆମେ ଚୀନ ପରି ରପ୍ତାନି-ନିର୍ଭରଶୀଳ ଅର୍ଥନୀତି ନୁହେଁ । ଆମର ଏକ ଦୃଢ଼ ଏବଂ ଭଲ ଘରୋଇ ବଜାର ଅଛି। ସର୍ବୋତ୍ତମ ସମ୍ଭାବ୍ୟ ଚୁକ୍ତି ପାଇବା ପାଇଁ ଆମକୁ ଆମର ଆଲୋଚନାକାରୀଙ୍କୁ ଦୃଢ଼ ସମର୍ଥନ ଦେବାକୁ ପଡିବ । ଯଦି ଏକ ଭଲ ଚୁକ୍ତି ସମ୍ଭବ ନୁହେଁ, ତେବେ ଆମକୁ ପଛକୁ ହଟିବାକୁ ପଡିବ ।
ବରିଷ୍ଠ କଂଗ୍ରସ ନେତା ରାଜୀବ ଶୁକ୍ଳା କହିଛନ୍ତି, ‘ଟ୍ରମ୍ପ କହୁଛନ୍ତି ଯେ, ଭାରତ ଏବଂ ରୁଷର ଅର୍ଥନୀତି ମୃତ, ଏହା ସମ୍ପୂର୍ଣ୍ଣ ଭୁଲ। ଭାରତର ଅର୍ଥନୀତି ମୃତ ନୁହେଁ ।  କଂଗ୍ରସ ସମୟରେ ନରସିମ୍ହା ରାଓ ଏବଂ ମନମୋହନ ସିଂହ ଅନେକ ଆର୍ଥିକ ସଂସ୍କାର କରିଛୁ ଏବଂ ତା'ପରେ ବାଜପାୟୀ ଜୀ ମଧ୍ୟ ସେହି ଆର୍ଥିକ ସଂସ୍କାରଗୁଡ଼ିକୁ ଆଗକୁ ବଢ଼ାଇଥିଲେ । ତା'ପରେ ମନମୋହନ ସିଂହ ଜୀ ଏହାକୁ ୧୦ ବର୍ଷ ପାଇଁ ମଜବୁତ କରିଥିଲେ ଏବଂ ତା'ପରେ ବର୍ତ୍ତମାନର ସରକାର ଦ୍ୱାରା ଅନେକ କାମ ମଧ କରାଯାଉଛି । ତେଣୁ ଆମର ଆର୍ଥିକ ଅବସ୍ଥା କୌଣସି ଦୃଷ୍ଟିରୁ ଦୁର୍ବଳ ନୁହେଁ । ତେଣୁ ଯଦି କେହି କୁହନ୍ତି ଯେ, ସେ ଆମକୁ ଆର୍ଥିକ ଭାବରେ ନଷ୍ଟ କରିବେ ତେବେ ସେ ଭୁଲ୍ କରୁଛନ୍ତି । ଟ୍ରମ୍ପ ଏକ ବଡ଼ ଭୁଲରେ ଯାଉଛନ୍ତି  |

କଂଗ୍ରେସ ସହଯୋଗୀ ଏବଂ ଉଦ୍ଧବ ଠାକରେଙ୍କ ଶିବସେନା (UBT) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ, ଭାରତୀୟ ଅର୍ଥନୀତିକୁ ଏକ ମୃତ ଅର୍ଥନୀତି କହିବା, କେବଳ ଅହଂକାର ଏବଂ ଅଜ୍ଞତା କୁହାଯାଇପାରିବ। ସଠିକ ସୂଚନା ଦର୍ଶାଉଛି ଯେ, ଭାରତୀୟ ଅର୍ଥନୀତି ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତି ମଧ୍ୟରୁ ଗୋଟିଏ ଏବଂ ଏହା ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ। ଯଦି କେହି ଏହାକୁ 'ମୃତ ଅର୍ଥନୀତି' ବୋଲି କହୁଥାନ୍ତି ତେବେ ତାହା ଅଜ୍ଞାନତାର ପରିଚୟ |