ଆମ ନେତା ମାନେ ଜ୍ଞାନ ବାଣ୍ଟିବାରେ ମାହିର (କହି ଦେଉଥାଏ ପରକୁ.....)
ଜନତାଙ୍କୁ 'ସ୍ୱଦେଶୀ ଶିକ୍ଷା' ବିଷୟରେ ଜ୍ଞାନ ବାଣ୍ଟୁଥିବା ନେତାମାନେ ଅନ୍ୟକୁ ଭଲ ଭାବରେ ପରାମର୍ଶ ଦେଇପାରନ୍ତି କିନ୍ତୁ ନିଜ ସେ ସବୁ କରିବା ଅତ୍ୟନ୍ତ କଷ୍ଟ ସାଧ୍ୟ ବୋଲି ହୃଦୟଙ୍ଗମ କରୁଛନ୍ତି |
ଯେତେବେଳେ ଭାରତର ଅନେକ ବଡ଼ବଡ଼ ନେତା ମଞ୍ଚରୁ 'ସ୍ୱଦେଶୀ ଶିକ୍ଷା' ଏବଂ 'ଦେଶଭକ୍ତି' ବିଷୟରେ ସାଧାରଣ ଜନତାଙ୍କୁ ଜ୍ଞାନ ବାଣ୍ଟନ୍ତି ସେତେବେଳେ ବିଚରା ସାଧାରଣ ଜନତା ସେମାନଙ୍କୁ ସମର୍ଥନ କରିଥାନ୍ତି| କିନ୍ତୁ ସେହି ନେତାମାନଙ୍କ ପିଲା ବିଦେଶରେ ରହି ପାଠ ପଢୁଛନ୍ତି ।
ପ୍ରକୃତରେ ବିଜେପି ଏବଂ ଅନ୍ୟାନ୍ୟ ଦଳର ଅନେକ ବଡ଼ ନେତାଙ୍କ ପିଲାମାନେ ଭାରତ ବଦଳରେ ବିଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଛନ୍ତି।
ରିପୋର୍ଟ ଅନୁସାରେ ;
ଶିବରାଜ ସିଂହ ଚୌହାନଙ୍କ ପୁଅ କାର୍ତ୍ତିକେୟ ଚୌହାନ ଆମେରିକାର ପ୍ରତିଷ୍ଠିତ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଆଇନ (LLM) ପଢ଼ିଛନ୍ତି।
ଶିବରାଜ ନିଜେ ବାରମ୍ବାର ସ୍ୱଦେଶୀ ଶିକ୍ଷାର ସମର୍ଥନ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ (ସେହି ସମୟର) ରାଜନାଥ ସିଂହଙ୍କ ପୁଅ ନୀରଜ ସିଂହ ୟୁକେର ଲିଡ୍ସ ବିଶ୍ୱବିଦ୍ୟାଳୟରୁ MBA,
ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ (LSE)ରୁ ଅର୍ଥନୀତି ପଢ଼ିଛନ୍ତି।
ଏହା ବ୍ୟତୀତ --
ଏସ୍. ଜୟଶଙ୍କରଙ୍କ ପୁଅ ଧ୍ରୁବ ଜୟଶଙ୍କର ଆମେରିକାର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟରୁ ସୁରକ୍ଷା ଅଧ୍ୟୟନରେ ମାଷ୍ଟର୍ସ ଡିଗ୍ରୀ
ହରଦୀପ ସିଂହ ପୁରୀଙ୍କ ଝିଅ ତିଲୋତ୍ତମା ପୁରୀ ୟୁକେର ୱାରୱିକ୍ ବିଶ୍ୱବିଦ୍ୟାଳୟରୁ ବା,
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହା ଆର୍ଯ୍ୟମାନ ସିନ୍ଧିଆ ଆମେରିକାର ୟେଲ୍ ବିଶ୍ୱବିଦ୍ୟାଳୟରୁ MBA,
ଏମିତି କହିଲେ :
ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ନିଜେ ଅଧିକ ଖର୍ଚ୍ଚ ହେଉଥିବା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି,
ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୟୁକେ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି,
ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ବିଦେଶରେ ପାଠପଢ଼ିଛନ୍ତି,
ସଚିନ ପାଇଲଟ୍ ବିଷୟରେ କହିବାକୁ ଗଲେ, ସେ ଆମେରିକାରୁ ପାଠପଢ଼ିଛନ୍ତି,
ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଳ ନାଥ ଆମେରିକାର ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି,
ଅକାଳି ଦଳ ନେତା ପ୍ରକାଶ ସିଂହ ବାଦଲଙ୍କ ପୁଅ ସୁଖବୀର ସିଂହ ବାଦଲ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ MBA,
ଶଶି ଥରୁରଙ୍କ ଦୁଇ ଝିଅ ଯେଉଁମାନେ ନ୍ୟୁୟର୍କର ୟୁନାଇଟେଡ୍ ନେସନ୍ସ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ପାଠପଢ଼ିଛନ୍ତି। ଉଭୟେ ୟେଲ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ,
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପୁଅ ଦିଲଶାନ୍ ସିଂହ ମାନ ଆମେରିକାର ନ୍ୟୁୟର୍କର ୟୁନାଇଟେଡ୍ ନେସନ୍ସ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା କରିଛନ୍ତି। ଏହା ବ୍ୟତୀତ ସେ ବିଦେଶରୁ ମଧ୍ୟ ସ୍ନାତକ କରୁଛନ୍ତି।
ଏମିତି ଆହୁରି ଅନେକ.....